thelifelinemedia
Latest Odisha News, Breaking News Today

କ୍ୟାମ୍ପସ୍‌ରେ କିଏ ମାରିବ ବାଜି? ୧୫ରେ ଛାତ୍ର ସଂସଦ ନିର୍ବାଚନ, ପ୍ରଚାରରେ କମ୍ପୁଛି କଲେଜ

୩୪୭ଟି ମହାବିଦ୍ୟାଳୟରେ ୮୩୭୦ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ୧୧୯୬ଜଣଙ୍କର ବିଭିନ୍ନ କାରଣରୁ ପ୍ରାର୍ଥିପତ୍ର ନାକଚ ହୋଇଛି। ୭୧୭୪ଜଣ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର କାଏମ

ଭୁବନେଶ୍ୱର:ଆସନ୍ତା 15ରେ  ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ହାତରେ ଆଉ ମାତ୍ର ୩ଟି ଦିନ। ପ୍ରଚାରରେ ଲାଗି ପଡିଛନ୍ତି ପ୍ରାର୍ଥୀ। ୧୩ ବିଶ୍ବବିଦ୍ୟାଳୟ, ୩୪୭ ମହାବିଦ୍ୟାଳୟରେ ହେବ ନିର୍ବାଚନ। ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୬୬୦୦ରୁ ଅଧିକ ପ୍ରାର୍ଥୀ ମଇଦାନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।ଗତକାଲି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୬୬୦୦ରୁ ଅଧିକ ପ୍ରାର୍ଥୀ ମଇଦାନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।୩୪୭ଟି ମହାବିଦ୍ୟାଳୟରେ ୮୩୭୦ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ୧୧୯୬ଜଣଙ୍କର ବିଭିନ୍ନ କାରଣରୁ ପ୍ରାର୍ଥିପତ୍ର ନାକଚ ହୋଇଛି। ୭୧୭୪ଜଣ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର କାଏମ ରହିଥିଲା। ୪୦୫ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବାବେଳେ ୬୩୬୨ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି।

ଆଜି ରବିବାର ହୋଇଥିବାରୁ ସୋସିଆଲ ମିଡିଆରେ ଚାଲିଛି କ୍ୟାମ୍ପେନିଂ। ସେହିପରି ୧୩ଟି ବିଶ୍ବବିଦ୍ୟାଳୟରେ ୪୨୯ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ବିଭିନ୍ନ କାରଣରୁ ୪୯ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି। ୩୮୦ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିବାବେଳେ ୩୪ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ବିଶ୍ବବିଦ୍ୟାଳୟରେ ୨୮୭ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। କଲେଜ୍ କ୍ୟାମ୍ପସରେ କେବଳ ଛାତ୍ର ନେତାଙ୍କର ଭିଡ ନାହିଁ ବରଂ ବିଭିନ୍ନ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.