ଆଜି ପବିତ୍ର ବାହୁଡ଼ା ଯାତ୍ରା: ଚାଲିଛି ପହଣ୍ଡି ବିଜେ, ସିଂହଦ୍ୱାର ଅଭିମୁଖେ କାଳିଆ ଠାକୁର
ସିଂହଦ୍ୱାର ଅଭିମୁଖେ ତିନି ରଥ। କାଳିଆ ଠାକୁରର ବାହୁଡ଼ା ଯାତ୍ରା।
ପୁରୀ: ପୁରୀରେ ଚାଲିଛି ପହଣ୍ଡି। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି, ତାପରେ ବଳଭଦ୍ରଙ୍କର ପହଣ୍ଡି ସରିଥିଲା। ସୁଦର୍ଶନ ଓ ବଳଭଦ୍ର ରଥାରୂଢ଼ ହୋଇଛନ୍ତି। ଏବେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଜାରି ରହିଛି। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ହେବ।
ଗତକାଲି ସନ୍ଧ୍ୟା ଦର୍ଶନ ସଅଳ ବନ୍ଦ କରି ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ବାହୁଡ଼ା ପ୍ରସ୍ତୁତି। ବାହୁଟ କଣ୍ଟ, ଚାରବନ୍ଧା ସହ କୁସୁମି ଲାଗି ଶେଷ ହୋଇ ସାରିବା ପରେ ବିଶ୍ବାବସୁ ବିନାୟକ ଦାସ ମହାପାତ୍ର ସୂଚନା ଦେଇକହିଥିଲେ,ଖଣ୍ଡୁଆ ପଡ଼ି ମହାପ୍ରଭୁ ଠିଆ ପହୁଡ଼ ଯିବେ। ଖଟ ଶେଜ ଲାଗିବ ନାହିଁ। ଚାର ବନ୍ଧା ହେବାକୁ ଥିବାରୁ ଖଟ ଶେଜ ଲାଗି ହୋଇପାରିବ ନାହିଁ। ନୀତିକାନ୍ତି ସଅଳ ସମାପନ ହୋଇ ସମ୍ଭବତଃ ସକାଳ ୮ଟାରୁ ୯ଟା ମଧ୍ୟରେ ପହଣ୍ଡି କରିବା ନେଇ ଲକ୍ଷ୍ୟ ରଖାଯାଇଛି। ଯଦିଓ ନୀତି ନିର୍ଘଣ୍ଟ ପୁସ୍ତିକାରେ ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ଆରମ୍ଭ ହେବା ନେଇ ଉଲ୍ଲେଖ ରହିଛି, କିନ୍ତୁ ଏହାକୁ ସଅଳ କରିବା ଲକ୍ଷ୍ୟରେ ନୀତିକାନ୍ତି ଆଗେଇ ଚାଲିଛି।