ଭଦ୍ରକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର
ବାଲେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ କାର ଆସି ଛିଡା ହୋଇଥିବା କଣ୍ଟେନର ପଛ ପଟୁ ଧକ୍କା ମାରିଥିଲା
ଭଦ୍ରକ: ଭଦ୍ରକର ୧୬ ନମ୍ୱର ଜାତୀୟ ରାଜପଥର ମହତାବ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେକେ ଦୁଇ ଜଣ ଗୁରୁତ୍ୱର ଭଦ୍ରକ ମେଡିକାଲରେ ଭର୍ତ୍ତ ହୋଇଛନ୍ତି।
ବାଲେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ କାର୍ ମହତାବ ଛକ ନିକଟରେ ଖରାପ ହୋଇ ଯାଇଥିବାରୁ ଅଟକି ରହିଥିବା ଏକ କଣ୍ଟେନର ଗାଡ଼ି। ଆଜି ସକାଳୁ ସକାଳୁ ମେଘୁଆ ପାଗ ସହ ବର୍ଷା ଲାଗି ରହିଥିବା ଫଳରେ ଦ୍ରୁତ ଗତିରେ ବାଲେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ କାର ଆସି ଛିଡା ହୋଇଥିବା କଣ୍ଟେନର ପଛ ପଟୁ ଧକ୍କା ମାରିଥିଲା। ଧକ୍କା ହେବା ଫଳରେ କାର ଭିତରେ ଥିବା ଦୁଇ ଜଣ ଗୁରୁତର ହେବା ସହ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କର ଶୋଚନୀୟ ମୃତ୍ୟୁ ହୋଇଛି।ସକାଳୁ ସକାଳୁ ମେଘୁଆ ପାଗ ସହ ବର୍ଷା ଲାଗି ରହିଥିବା ଫଳରେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।