thelifelinemedia
Latest Odisha News, Breaking News Today

ଭୁବନେଶ୍ବରରେ ୧୧୯ ମିମି ବର୍ଷା: ବେହାଲ ହୋଇପଡିଛି ରାଜଧାନୀ, ଡ୍ରେନରେ ଭାସିଯାଇ ଯୁବକ ନିଖୋଜ

କାଳ ହେଲା ବର୍ଷା ପାଣି, ଭସାଇ ନେଲା ଡ୍ରେନ୍

ଭୁବନେଶ୍ୱର:ଲଘୁଚାପ ଜନିତ ବର୍ଷାରେ ଭିଜୁଛି ରାଜଧାନୀ । ଭୁବନେଶ୍ବରରେ ୧୦୦ ମିମି ଅତିକ୍ରମ କଲା ବର୍ଷା।୨୪ ଘଣ୍ଟାରେ 119.4 ମିମି ବର୍ଷା ହୋଇଥିବା ସୂଚନା ମିଳିଛି। ସେହିପରି ଚାନ୍ଦବାଲିରେ ୮୧.୮ ମିମି, କେନ୍ଦୁଝରରେ ୫୯.୬ ମିମି ବର୍ଷା ରେକର୍ଡ଼ ହୋଇଥିବା ବେଳେ ପୁରୀରେ ୫୬ ମିମି ଓ ବାଲେଶ୍ବରରେ ୪୨.୬ ମିମି ବର୍ଷା ରେକର୍ଡ଼ ହୋଇଛି।ଅନ୍ୟପଟେ କାଳ ହେଲା ବର୍ଷା ପାଣି, ଭସାଇ ନେଲା ଡ୍ରେନ୍। ପୁଣି ରାଜଧାନୀରେ ନଳାରେ ପଡ଼ି ଚାଲିଗଲା ଆଉ ଏକ ଜୀବନ। ସମୟ ପ୍ରାୟ ଦିନ ଦୁଇଟା। ସ୍ଥାନ ବାଣୀବିହାରସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ନା ଗେଟ୍ ନିକଟ ମୁଖ୍ୟ ନାଳ। ଘୁ ଘୁ ବର୍ଷାପାଣି ଚାଲୁଥିବା ଏଇ ନାଳରେ ପଡ଼ି ନିଖୋଜ ହୋଇଯାଇଛନ୍ତି ୩୫ ବର୍ଷୀୟ ବ୍ୟକ୍ତି ଅନୀଲ। ସ୍ଥାନୀୟ ଲୋକେ କହିଛନ୍ତି, ପ୍ଲାଷ୍ଟିକ ଗୋଟାଇବାକୁ ଯାଇ ଏତେବଡ଼ ଅଘଟଣର ସାମ୍ନା କରିଛନ୍ତି ଅନୀଲ। ଏ ଖବର ମିଳିବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍। ଆରମ୍ଭ ହୋଇଥିଲା ତତ୍କାଳ ସର୍ଚ୍ଚ ଅପରେସନ୍। ପ୍ରବଳ ବର୍ଷା ଭିତରେ ଘଣ୍ଟା ଘଣ୍ଟା ଧରି ଖୋଜାଖୋଜି ପରେ ମଧ୍ୟ ବି ଅନୀଲଙ୍କର କୌଣସି ପତ୍ତା ମିଳିନି।

ଅନ୍ୟପଟେ ରାଜଧୀନରେ ଡ୍ରେନ୍ ଟ୍ରାଜେଡିର ଏ କାହାଣୀ ନୁଆ ନୁହେଁ। ପୂର୍ବରୁ ୨୦୨୪ ଜୁନରେ ୟୁନିଟ୍ ୩ ଅଞ୍ଚଳରେ ଅବୁ ବକର ସାହା ନାମକ ଜଣେ ୬ ବର୍ଷର ବାଳକ ଡ୍ରେନରେ ବୁଡ଼ି ପ୍ରାଣ ହରାଇଥିଲେ। ସେହିଭଳି ୨୦୨୧ ସେପଟେମ୍ବରରେ ବରମୁଣ୍ଡା ଶତାବ୍ଦୀ ନଗରରେ ଜଣେ ୧୦ ଶ୍ରେଣୀ ଛାତ୍ରଙ୍କ ଜୀବନ ଯାଇଥିଲା। ୨୦୧୫ରେ ନୟାପଡ଼ି ବ୍ରିଟ୍ କଲୋନୀର ଜଣେ ୯ ବର୍ଷର ବାଳକ ମଧ୍ୟ ମୁକୁଳା ଡ୍ରେନରେ ଖସିଯିବାରୁ ତାର ମୃତ୍ୟୁ ହୋଇଥିଲା। ସେହିଭଳି ୨୦୧୭, ୨୦୧୮ ଏବଂ ୨୦୧୯ରେ ପ୍ରତିବର୍ଷ ଅନ୍ତରରେ ଡ୍ରେନ୍ ଟ୍ରାଜେଡି ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.