thelifelinemedia
Latest Odisha News, Breaking News Today

ଓଡିଶା ରାଜ୍ୟ ସମବାୟ ୟୁନିଅନରେ ମହା ଆଡମ୍ବରରେ ନିଆରା ରଜ ଉତ୍ସବ ପାଳନ:ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ନାଚ , ଗୀତ ଓ ମ୍ୟୁଜିକ୍ ଚେୟାର ଭଳି କାର୍ଯ୍ୟକ୍ରମ ଆୟୋଜନ

ଓଡିଶା ରାଜ୍ୟ ସମବାୟ ୟୁନିଅନ ଏକ ନୂତନ ତଥା ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇ ଓଡିଆ ଜାତିର ସଂସ୍କୃତି ଓ ଭାଇଚାରା ଏବଂ ଓଡିଆ ଅସ୍ମିତାର ବାସ୍ତବ ପରିଚୟ ସୃଷ୍ଚି କରିବାକୁ ଯାଇ ଏଭଳି କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡିଶା ରାଜ୍ୟ ସମବାୟ ୟୁନିଅନ ଆନୁକୂଲ୍ୟରେ ରଜ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ସମବାୟ ଆନ୍ଦୋଳନର ସମବାୟ ଶିକ୍ଷା, ତାଲିମ, ପ୍ରଚାର ଓ ପ୍ରସାରର ଗୁରୁ ଦାୟିତ୍ୱ ବହନ କରିଥିବା ଓଡିଶା ରାଜ୍ୟ ସମବାୟ ୟୁନିଅନ ଏକ ନୂତନ ତଥା ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇ ଓଡିଆ ଜାତିର ସଂସ୍କୃତି ଓ ଭାଇଚାରା ଏବଂ ଓଡିଆ ଅସ୍ମିତାର ବାସ୍ତବ ପରିଚୟ ସୃଷ୍ଚି କରିବାକୁ ଯାଇ ରଜ ମହୋତ୍ସବ 2026 ମାଧ୍ୟମରେ ସୃଷ୍ଚି କରିଛି ମହିଳା ସଶକ୍ତିକରଣ ଏକ ନୂଆ ଅଧ୍ୟାୟ। ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ସମବାୟ ଆନ୍ଦୋଳନରେ ନାରୀ ସଶକ୍ତିକରଣକୁ ପ୍ରତିଷ୍ଠିତ କରାଇ ରଜ ମହୋତ୍ସବ ମାଧ୍ୟମରେ ଏକ ନିଆରା ଉଦାହରଣ ସୃଷ୍ଟି କରିବାରେ ଯାହାର ଭୂମିକା ସର୍ବାଗ୍ରେ ରହିଛି ସେ ଯାଉଛନ୍ତି ଓଡିଶା ରାଜ୍ୟ ସମବାୟ ୟୁନିଅନର ସଭାପତିଶ୍ରୀମତୀ ପ୍ରଭାସିନୀ ଷଡ଼ଙ୍ଗୀ। ଏହି ଅବସରରେ ଓଡିଶା ରାଜ୍ୟ ସମବାୟ ୟୁନିଅନରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇଗୀତ, ନାଚ , ଗୋଷ୍ଠୀଗତ ନାଚ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହା ସହିତ ମ୍ୟୁଜିକ ଚେୟାର ଭଳି ପ୍ରତିଯୋଗିତା ମହିଳା ଓ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତା ଚୟନ ହୋଇଥିଲା। ଆସନ୍ତା ଜୁଲାଇ 4 ତାରିଖରେ ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ସମୟରେ ବିଜେତାଙ୍କୁ ପୁରସ୍କୃତ କରାଯିବ।

ଏହି ରଜ ମହୋତ୍ସବ ପାଳନ ଅବସରରେସମବାୟ ୟୁନିଅନ ପରିଚାଳନା ପରିଷଦର ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ଦାସ, ସଦସ୍ୟା ସଂଯୁକ୍ତା ପ୍ରଧାନ, ମାର୍କଫେଡ୍ ଅଧ୍ୟକ୍ଷା କବିତା ମଞ୍ଜରୀ ପରିଡା, ମହିଳା ବିକାସ ସମବାୟ ନିଗମ ଅଧ୍ୟକ୍ଷା ସ୍ୱାଧୀନବାଳା ଦାସ, ନିବନ୍ଧକ ସମବାୟ ସମିତି ସମୂହ , ଓଡିଶା କାର୍ଯ୍ୟାଳୟର ସମବାୟ ଅଧିକାରୀ ସ୍ୱାତୀବାଳା ମହାପାତ୍ର , ଓଡିଶା ରଜ୍ୟ ସମବାୟ ୟୁନିଅନ ସମ୍ପାଦିକା ସୁନିତା ପତି, ଉପ ସମ୍ପାଦକ ଚିନ୍ମୟୀ ଚାରୁଦର୍ଷିନି , ଓ ଏସ ଡି ବ୍ରହ୍ମାନନ୍ଦ ପରିଡା, ଏଡିଟର ଧର୍ମେନ୍ଦ୍ର କୁମାର ସାବତ ଏବଂ ଅନ୍ୟ କର୍ମଚାରୀ ପ୍ରମୁଖ ସାମିଲହୋଇଥିଲେ। ତା ସହିତ ବିଭିନ୍ନ ସମବାୟ ଅନୁଷ୍ଠାନ ମହିଳା କର୍ମଚାରୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

Leave A Reply

Your email address will not be published.