ଆହୁରି ଭୟଙ୍କର ହେଲା ମଧ୍ୟପ୍ରାଚ୍ୟ ଯୁଦ୍ଧ: ପୁଣି ଆମନାସାମନା ଇରାନ-ଆମେରିକା, ଆମେରିକାର ଏୟାର୍ ଷ୍ଟ୍ରାଇକ୍ ପରେ ଇରାନର ଡ୍ରୋନ୍ ଜବାବ
ପ୍ରଥମେ ଆମେରିକା ଇରାନର ବିମାନ ପ୍ରତିରକ୍ଷା ବ୍ୟବସ୍ଥା, ରାଡାର କେନ୍ଦ୍ର ଓ ନିୟନ୍ତ୍ରଣ ଷ୍ଟେସନଗୁଡ଼ିକୁ ଲକ୍ଷ୍ୟ କରି ତିନିଟି ପର୍ଯ୍ୟାୟରେ ଆକ୍ରମଣ କରିଥିଲା
ବ୍ୟୁରୋ: ଆହୁରି ଭୟଙ୍କର ହେଲା ମଧ୍ୟପ୍ରାଚ୍ୟ ଯୁଦ୍ଧ। ପୁଣି ଆମନାସାମନା ଇରାନ-ଆମେରିକା। ଆମେରିକାର ବଡ଼ ଏୟାର ଷ୍ଟ୍ରାଇକ୍, ପାଲଟା ଜବାବରେ ଇରାନର ଡ୍ରୋନ୍ ହମଲା। ହର୍ମୁଜ୍ ନିକଟରେ ଏକ ଆମେରିକୀୟ ଆପାଚେ ହେଲିକପ୍ଟର ଖସିପଡ଼ିବା ପରେ ୟୁଏସ୍ ସେନା ଇରାନର ଏକାଧିକ ସାମରିକ ସ୍ଥାପନା ଉପରେ ଆକ୍ରମଣ କରିଛି।ଜବାବରେ ଇରାନ ମଧ୍ୟ ଆମେରିକାର ସାମରିକ ଠିକଣାକୁ ଲକ୍ଷ୍ୟ କରି ଡ୍ରୋନ୍ ଆକ୍ରମଣ କରିଥିବା ଜଣାପଡ଼ିଛି । ପ୍ରଥମେ ଆମେରିକା ଇରାନର ବିମାନ ପ୍ରତିରକ୍ଷା ବ୍ୟବସ୍ଥା, ରାଡାର କେନ୍ଦ୍ର ଓ ନିୟନ୍ତ୍ରଣ ଷ୍ଟେସନଗୁଡ଼ିକୁ ଲକ୍ଷ୍ୟ କରି ତିନିଟି ପର୍ଯ୍ୟାୟରେ ଆକ୍ରମଣ କରିଥିଲା। ଇରାନର ଜାସ୍କ, ବନ୍ଦର ଆବାସ ଆଦି ଅଞ୍ଚଳରେ ହୋଇଥିଲା ଭୟଙ୍କର ବିସ୍ଫୋରଣ।
ଜବାବରେ ବାହାରିନରେ ଥିବା ଆମେରିକାର ନୌସେନା ବାହିନୀ ଉପରେ ଡ୍ରୋନ୍ ଆକ୍ରମଣ କରିଛି ଇରାନ। IRGC ଚେତାବନୀ ଦେଇଛି ଯେ, ଯଦି ଆମେରିକା ତାହାର ସାମରିକ ଅଭିଯାନ ଜାରି ରଖେ, ତେବେ ଆହୁରି ଭୟଙ୍କର ପ୍ରତିଶୋଧ ନିଆଯିବ। ଇରାନ ଆମେରିକାକୁ ଧମକ ଦେଇ କହିଛି, ସୁରକ୍ଷା ଚାହୁଁଥିଲେ ଆମେରିକୀୟ ସେନା ଆମ ଅଞ୍ଚଳ ଛାଡ଼ି ଚାଲିଯାଆନ୍ତୁ।