thelifelinemedia
Latest Odisha News, Breaking News Today

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା ; ୩୪ ଜଣଙ୍କୁ ଜେରା କରିଛି କ୍ରାଇମ୍‌ବ୍ରାଞ୍ଚ

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲାରେ ତଦନ୍ତ ଜୋରଦାର । ଏନ୍‌ଏଚ୍‌ଆରସି ତଦନ୍ତ ସାରି ଫେରି ଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ତାହାର ତଦନ୍ତ ଜାରି ରଖିଛି । ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ମୋଟ ୨୪ ଜଣ ଚିହ୍ନଟ । ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮ ଜଣ ଗିରଫ । ଫେରାର ଥିବା ଅନ୍ୟ ୬ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାରି ରହିଛି ଚଢ଼ାଉ । ମାମଲାରେ ଏପର୍ଯ୍ୟନ୍ତ ୩୪ ଜଣଙ୍କୁ ଜେରା କରିସାରିଲାଣି କ୍ରାଇମବ୍ରାଞ୍ଚ ।

ଆଜି ମଧ୍ୟ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ୩ ଜଣଙ୍କୁ ଚାଲିଛି ଘନଘନ ଜେରା । ସମସ୍ତଙ୍କ ବୟାନର କରାଯାଉଛି ସମ୍ପୂର୍ଣ୍ଣ ଅଡିଓ ଏବଂ ଭିଡିଓ ରେକର୍ଡିଂ । ପରବର୍ତ୍ତୀ ସମୟରେ କେହି ଯେପରି ବୟାନ ବଦଳାଇ ନପାରିବେ ସେଥିପାଇଁ ନିଆଯାଇଛି ଏହି ପଦକ୍ଷେପ ।

Leave A Reply

Your email address will not be published.