thelifelinemedia
Latest Odisha News, Breaking News Today

କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର : ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଥିବା ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହୋଇଛି । ଫଳରେ ତାପମାତ୍ରା ହ୍ରାସ ପାଇଛି ।
ହେଲେ କାଳବୈଶାଖୀ ବର୍ଷା ସହିତ ହୋଇଥିବା ପ୍ରବଳ ପବନ ପାଇଁ ଲୋକମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ବର୍ଷା ସହ ପବନ ଫଳରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି ।

ରାଜଧାନୀର ବ୍ୟସ୍ତବହୁଳ ଜୟଦେବ ବିହାର ଛକରେ ରାସ୍ତା ଉପରେ ଗଛପଡ଼ିବା କାରଣୁ ଗମନା ଗମନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଗାଡ଼ିଗୁଡିକ ପାସ୍ ନକରିପାରିବା କାରଣରୁ ଟ୍ରାଫିକ ସମସ୍ୟା ଦେଖାଦେଇଛି ।

 

Leave A Reply

Your email address will not be published.