thelifelinemedia
Latest Odisha News, Breaking News Today

ମୁଖ୍ୟମନ୍ତ୍ରୀଙ୍କ ସହ ବୃକ୍ଷରୋପଣ କଲେ କଙ୍ଗନା

ଭୁବନେଶ୍ୱର : ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବୃକ୍ଷରୋପଣ କଲେ ସାଂସଦ କଙ୍ଗନା ରଣାୱତ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଅଭିଯାନ ‘ଏକ୍ ପେଡ୍ ମା କେ ନାମ୍’ ବା ‘ମାଆଙ୍କ ପାଇଁ ଗଛଟିଏ’ ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସରକାରୀ ବାସଭବନ ପରିସରରେ ଓଡ଼ିଶା ଗସ୍ତରେ ଆସିଥିବା ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତଙ୍କ ସହ ବୃକ୍ଷ ରୋପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୁରୀ ସାଂସଦ ସମ୍ବିତ୍ ପାତ୍ର ମଧ୍ୟ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।

Leave A Reply

Your email address will not be published.