ରାଜଧାନୀରେ 50 ଡିଗ୍ରୀ ଭଳି ତାତି
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ବାୟୁମଣ୍ଡଳରେ ପ୍ରକୃତ ତାପମାତ୍ରା ୩୯ପ୍ସଉ ରୁ ୪୧ପ୍ସଉ ମଧ୍ୟରେ ସୀମିତ ଥିଲେ ମଧ୍ୟ ପ୍ରବଳ ଆର୍ଦ୍ରତା ବା ହ୍ୟୁମିଡିଟି ଯୋଗୁଁ ଅନୁଭୂତ ହେଉଥିବା ତାପମାତ୍ରା ବା ‘ହିଟ୍ ଇଣ୍ଡେକ୍ସ’ ୪୫ପ୍ସଉ ରୁ ୫୦ପ୍ସଉ ଛୁଇଁଛି। ଭୁବନେଶ୍ବରରେ ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୧ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି ରହିଛି। ଅର୍ଥାତ ରାଜଧାନୀରେ ୫୦ ଡିଗ୍ରି ଭଳି ଅନୁଭବ ହେଉଛି।
ପାଣିପାଗ ବିଭାଗ ଅନୁସାରେ, ଏଭଳି ସ୍ଥିତି ଏକ ‘ଘାତକ ଗରମ’ର ରୂପ ନେଇଛି, ଯାହା ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ହୋଇପଡ଼ିଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ, ଏବେ ସକାଳ ୬ଟା ବେଳଠାରୁ ହିଁ ଟାଇଁଟାଇଁ ଖରା ଆରମ୍ଭ ହୋଇଯାଉଛି। ପାହାନ୍ତିଆ ସମୟରୁ ହିଁ ଦିନ ୧୨ଟା ଭଳି ପ୍ରଖର ଉତ୍ତାପ ଏବଂ ଗୁଳୁଗୁଳି ଅନୁଭବ ହେଉଛି।