ଭୁବନେଶ୍ବରରେ ଶକ୍ତିଶାଳୀ ହେଉଛି ବିଜେପି: ରୁଦ୍ରଙ୍କ ବିଜେପିରେ ଯୋଗଦାନ, ଜଗାଙ୍କ ପାଇଁ ବରଦାନ
ରୁଦ୍ରଙ୍କ ପ୍ରତ୍ୟକ୍ଷ ସହଯୋଗରେ ଜଗା ବିଜୟ ବାନା ଉଡେଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବିଜେପି ଶକ୍ତିଶାଳୀ ହେଲେ ରାଜ୍ୟ ରାଜନୀତିରେ ଅପରାଜିତା ଓ ଜଗାଙ୍କ ଶକ୍ତି ବଢିବ
ଭୁବନେଶ୍ୱର: ଭୁବନେଶ୍ବରରେ ଶକ୍ତିଶାଳୀ ହେଉଛି ବିଜେପି। ରୁଦ୍ର ସାମନ୍ତରାୟଙ୍କ ବିଜେପିରେ ଯୋଗଦାନ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ପାଈଁ ବରଦାନ ହେବ। ମଧ୍ଯ ଭୁବନେଶ୍ୱରରେ ଆହୁରି ଶକ୍ତିଶାଳୀ ହେବ ବିଜେପି। ରୁଦ୍ର ଜଗା ଯୋଡ଼ି ବିଜେପିକୁ ଆଣିବେ ବିଜୟ । ନିକଟରେ ବିଜେପିରେ ସାମିଲ ହୋଇଛନ୍ତି ଭୁବନେଶ୍ୱରର ଟାଣୁଆ ସଂଗଠକ ରୁଦ୍ର ସାମନ୍ତରାୟ। ସେ ଜୟ ଓଡ଼ିଶା ସଂଗଠନ ମାଧ୍ୟମରେ ସାମାଜିକ କାର୍ଯ୍ୟ କରି ଲୋକଙ୍କ ଗହଣରେ ପରିଚିତ ଚେହେରା ପାଲଟିଛନ୍ତି। ଏବେ ତାଙ୍କର ବିଜେପିରେ ଯୋଗଦାନ ଭୁବନେଶ୍ବର ବିଜେପିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଚର୍ଚ୍ଚା ହେଉଛି। ବିଶେଷକରି ମଧ୍ଯ ଭୁବନେଶ୍ୱରରେ ବିଜେପି ଆହୁରି ଶକ୍ତିଶାଳୀ ହେବ ବୋଲି କୁହାଯାଉଛି। ଗତ ଚାରିଟି ନିର୍ଵାଚନରେ ପ୍ରତିଦ୍ୱନ୍ଦିତା କରିହାରିଥିବା ଜଗନ୍ନାଥ ପ୍ରଧାନ ଏଥର ରୁଦ୍ରଙ୍କ ସହଯୋଗ ପାଇ ନିର୍ବାଚନ ବୈତରଣୀ ପାର ହେବେ ବୋଲି ଭବିଷ୍ୟବାଣୀ କରୁଛନ୍ତି ରାଜନୈତିକ ସମୀକ୍ଷକ।
2024 ସଧାରଣ ନିର୍ବାଚନରେ ମାତ୍ର 34 ଖଣ୍ଡ ଭୋଟରେ ହାରିଥିଲେ ଜଗନ୍ନାଥ ପ୍ରଧାନ । ଏବେ ରୁଦ୍ରଙ୍କ ପ୍ରତ୍ୟକ୍ଷ ସହଯୋଗରେ ଜଗା ବିଜୟ ବାନା ଉଡେଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବିଜେପି ଶକ୍ତିଶାଳୀ ହେଲେ ରାଜ୍ୟ ରାଜନୀତିରେ ଅପରାଜିତା ଓ ଜଗାଙ୍କ ଶକ୍ତି ବଢିବ। ଉଭୟ ନେତାଙ୍କ ପାଇଁ ରୁଦ୍ର ଜରୁରୀ କାରଣ ରୁଦ୍ରଙ୍କ ସାମାଜିକ କାର୍ଯ୍ୟ ଓ ସାଙ୍ଗଠନିକ ଦକ୍ଷତା ରହିଛି।