ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ କଥା କହିଲେ ଗାଙ୍ଗୁଲି: କହିଲେ ଟେଷ୍ଟ ପାଇଁ ପ୍ରସ୍ତୁତ ନୁହଁନ୍ତି ବୈଭବ
ବୈଭବଙ୍କୁ ତୁରନ୍ତ ଟି୨୦ରେ ସାମିଲ କରାଯିବା ଉଚିତ। କିନ୍ତୁ ଟେଷ୍ଟରେ ନାହିଁ। ଟେଷ୍ଟରେ ସ୍ଥାନ ରଖିବା ପାଇଁ ତାଙ୍କୁ ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ରନ୍ ସଂଗ୍ରହ କରିବାକୁ ହେବ
ବ୍ୟୁରୋ:ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଯୁବ କ୍ରିକେଟ୍ରଙ୍କ ମଧ୍ୟରେ ଚର୍ଚ୍ଚା ଧରିଛି। ୧୫ ବର୍ଷୀୟ ଏହି ଖେଳାଳି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଏଭଳି ଖେଳିଛନ୍ତି, ଯାହା ଦ୍ବାରା ଅନେକଗୁଡ଼ିଏ ରେକର୍ଡ ଭାଙ୍ଗିଯାଇଛି। ବୈଭବ ସୂର୍ଯ୍ୟବଂଶୀ ଅଧିକାଂଶ ମ୍ୟାଚ୍ରେ କିଛି ନୂଆ କରି ଦେଖାଇଛନ୍ତି। ଏବେ ତାଙ୍କୁ ଭାରତୀୟ ଟିମ୍ରେ ସାମିଲ କରାଯିବାକୁ ନେଇ ବିଭିନ୍ନ ମହଲରେ ଦାବି ହେଉଛି। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବେ ବୈଭବଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।
ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ବୈଭବଙ୍କୁ ପ୍ରଶଂସା କରି ଗାଙ୍ଗୁଲି କହିଛନ୍ତି, ବିସ୍ମୟ ବାଳକ ଜଣେ ପ୍ରତିଭାସମ୍ପନ୍ନ ଖେଳାଳି। ବିହାରର ଏହି ଯୁବ ପ୍ରତିଭାଙ୍କ ପାଖରେ ଖେଳିବାର କଳା ଥିଲେ ମଧ୍ୟ ଟେଷ୍ଟ କ୍ରିକେଟ୍ ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ହେବ।ଗାଙ୍ଗୁଲି କହିଛନ୍ତି, ବୈଭବଙ୍କୁ ତୁରନ୍ତ ଟି୨୦ରେ ସାମିଲ କରାଯିବା ଉଚିତ। କିନ୍ତୁ ଟେଷ୍ଟରେ ନାହିଁ। ଟେଷ୍ଟରେ ସ୍ଥାନ ରଖିବା ପାଇଁ ତାଙ୍କୁ ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ରନ୍ ସଂଗ୍ରହ କରିବାକୁ ହେବ। ମାତ୍ର ବୈଭବ ଜଣେ ପ୍ରତିଭାଶାଳୀ ଖେଳାଳି। ୧୫ ବର୍ଷୀୟ ବାଳକ ବିଶ୍ବର ପ୍ରସିଦ୍ଧ ବୋଲରଙ୍କୁ ମୁକାବିଲା କରିବା ସହିତ ସାହସର ସହିତ ବ୍ୟାଟିଂ କରିବା ଅଦ୍ଭୁତ। ସେ ହେଉଛନ୍ତି ଭାରତର ଭବିଷ୍ୟତ।