ପୁଣି ବଢ଼ିଲା ବସ୍ଭଡ଼ା
୧୭ ଦିନ ପରେ ପୁଣି ଥରେ ବଢ଼ିଛି ବସ୍ଭଡ଼ା। ରାଜ୍ୟରେ ଡିଜେଲ୍ ଦର ବାରମ୍ବାର ବୃଦ୍ଧି ହେଉଥିବା କାରଣରୁ ସ୍ବୟଂଚାଳିତ ପ୍ରକ୍ରିୟା ଅନୁସାରେ ବସ୍ଭଡ଼ାକୁ ବୃଦ୍ଧି କରାଯାଇଥିବା ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ନୂତନ ବିଜ୍ଞପ୍ତି ଅନୁସାରେ ସାଧାରଣ ଓ ଏକ୍ସପ୍ରେସ୍ ବସ୍ରେ ୨ ପଇସା, ଡିଲକ୍ସ ଓ ଏସି ଡିଲକ୍ସରେ ୪ ପଇସା ଏବଂ ସୁପର ଡିଲକ୍ସରେ କିଲୋମିଟର ପିଛା ୬ ପଇସା ବଢ଼ିଛି।