thelifelinemedia
Latest Odisha News, Breaking News Today

କୋଟିଆରେ ଆନ୍ଧ୍ରର ପଛଘୁଞ୍ଚା: କୋଟିଆ ନାରେଡ଼ିଭାଲସାରେ ମତଦାନ କେନ୍ଦ୍ର କରିବନି ଆନ୍ଧ୍ର

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ପ୍ରସଙ୍ଗରେ ନଭେମ୍ବର ୪ ତାରିଖରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କୋଟିଆର ସ୍ଥିତି ସୁଧାରିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି

କୋରାପୁଟ:କୋଟିଆ ନାରେଡ଼ିଭାଲସାରେ ମତଦାନ କେନ୍ଦ୍ର କରିବନି ଆନ୍ଧ୍ର। ସୂଚନା ଦେଲେ ପାର୍ବତୀପୁରମ ଏଡିଏମ୍ ଆର୍‌. ମାଧବୀ।କୋରାପୁଟ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଆନ୍ଧ୍ରର ପଛଘୁଞ୍ଚା।ନାରେଡ଼ିଭାଲସାଠୁ ଦେଢ଼ କିମି ଦୂର ସାରିକାରେ ମତଦାନ କେନ୍ଦ୍ର କରିବାକୁ ନିଷ୍ପତ୍ତି।ମ

ଅନ୍ୟପଟେ କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ପ୍ରସଙ୍ଗରେ ନଭେମ୍ବର ୪ ତାରିଖରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କୋଟିଆର ସ୍ଥିତି ସୁଧାରିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ରକ୍ଷା ସହ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସର୍ବୋଚ୍ଚ ସ୍ତରରେ ଆଲୋଚନା କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.