thelifelinemedia
Latest Odisha News, Breaking News Today

ରାଜ୍ୟରେ ତେଲ ଟାଙ୍କିରେ ଲମ୍ବା ଲାଇନ୍‌: ତେଲ ଅଭାବ ଭିତରେ ରାତି ଅଧରୁ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ 

ଟ୍ୱିନ୍‌ସିଟି ସମେତ ପୁରୀ, ବାଲେଶ୍ୱରରେ ତେଲ ଟାଙ୍କିରେ ପ୍ରବଳ ଭିଡ଼।ସେହିପରି କେନ୍ଦ୍ରାପଡ଼ା, ଜୟପୁର, ରାଉରକେଲାରେ ମଧ୍ୟ ଟାଙ୍କିରେ ଲମ୍ବା ଲାଇନ୍

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ତେଲ ଟାଙ୍କିରେ ପେଟ୍ରୋଲ/ଡିଜେଲ୍‌ ପାଇଁ ଲମ୍ବା ଲାଇନ୍। ରାତି ଅଧରୁ ତେଲ ପାଇଁ ଟାଙ୍କିରେ ଲୋକଙ୍କ ଭିଡ଼ ଲାଗିଛି । ଟ୍ୱିନ୍‌ସିଟି ସମେତ ପୁରୀ, ବାଲେଶ୍ୱରରେ ତେଲ ଟାଙ୍କିରେ ପ୍ରବଳ ଭିଡ଼।ସେହିପରି କେନ୍ଦ୍ରାପଡ଼ା, ଜୟପୁର, ରାଉରକେଲାରେ ମଧ୍ୟ ଟାଙ୍କିରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ ଅପେକ୍ଷା କରିଛନ୍ତି ଗ୍ରାହକ।

ପ୍ରଧାନମନ୍ତ୍ରୀଙ୍କ ଙ୍କ ତୈଳ ସଂରକ୍ଷଣ ଆହ୍ୱାନ ପରେ ଏବେ ରାଜ୍ୟରେ ପେଟ୍ରୋଲ ପମ୍ପରେ ସ୍ଥିତି ଅସମ୍ଭାଳ ହୋଇପଡିଛି। ରାଜ୍ୟରେ ଉତ୍ତରରୁ ଦକ୍ଷିଣ ପୂର୍ବରୁ ପଶ୍ଚିମ ସବୁଠି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ୟପଟେ ସ୍ଥିତି ନିୟନ୍ତ୍ରଣ ପାଇଁ ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ହେବାକୁ ଯାଉଛି। ବର୍ତ୍ତମାନ ଉପୁଜିଥିବା ସ୍ଥିତିରେ କିପରି ସୁଧାର ଆସିବ ତାକୁ ନେଇ ବୈଠକରେ କିଛି ନିଷ୍ପତ୍ତି ହୋଇପାରେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.