ମହଙ୍ଗା ହେଲା ପେଟ୍ରୋଲ ଏବଂ ଡିଜେଲ: ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ଟଙ୍କା ବୃଦ୍ଧି, ଆଜିଠାରୁ ନୂଆ ଦର ଲାଗୁ
ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ଟଙ୍କା ବୃଦ୍ଧି ପାଇଛି, ଯାହା ଫଳରେ ଏହା ଏବେ ୯୭.୭୭ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଡିଜେଲ ୩.୧୧ ଟଙ୍କା ମହଙ୍ଗା ହୋଇ ୯୦.୬୭ ଟଙ୍କାରେ ପହଞ୍ଚିଛି
ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର।ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ଇନ୍ଧନ ଯୋଗାଣର ଅଭାବ ଦେଖାଯାଇଛି। ଗ୍ରାହକମାନଙ୍କୁ ଏହାର ବର୍ଦ୍ଧିତ ମୂଲ୍ୟର ବୋଝ ମଧ୍ୟ ବହନ କରିବାକୁ ପଡୁଛି। ଗତ କିଛି ଦିନ ଧରି ଯେପରି ଅନୁମାନ କରାଯାଉଥିଲା ତାହା ଅନୁଭୂବ ହୋଇଛି।ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ଟଙ୍କା ବୃଦ୍ଧି ପାଇଛି, ଯାହା ଫଳରେ ଏହା ଏବେ ୯୭.୭୭ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଡିଜେଲ ୩.୧୧ ଟଙ୍କା ମହଙ୍ଗା ହୋଇ ୯୦.୬୭ ଟଙ୍କାରେ ପହଞ୍ଚିଛି। ୨୦୨୨ ପରେ ପ୍ରଥମ ଥର ପାଇଁ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି।
ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ଉତ୍ଥାନ-ପ୍ରବାହ ଏବଂ ଟଙ୍କାର ଦୁର୍ବଳତା ଯୋଗୁଁ ତୈଳ କମ୍ପାନୀଗୁଡ଼ିକ ଦ୍ୱାରା ଏହି ବୃଦ୍ଧି କରାଯାଇଛି। ପେଟ୍ରୋଲ କମ୍ପାନୀଗୁଡ଼ିକ ମଧ୍ୟରାତ୍ରିରେ ପେଟ୍ରୋଲ ପମ୍ପ ଅପରେଟରମାନଙ୍କୁ ଇମେଲ୍ ମାଧ୍ୟମରେ ଏହି ବୃଦ୍ଧି ଘୋଷଣା କରିଥିଲେ, ଯାହା ଶୁକ୍ରବାର ସକାଳ 6 ଟାରୁ ଲାଗୁ ହୋଇଛି। ତେବେ ରାଜ୍ୟରେ ପେଟ୍ରୋଲ ଅଭାବ ଯୋଗୁଁ ଏବେ ସ୍ଥିତି ଜଟିଳ ହୋଇପଡିଛି। ସବୁ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଲାଗିଛି।