thelifelinemedia
Latest Odisha News, Breaking News Today

ଖୁବଶୀଘ୍ର ସାମୂହିକ ଛୁଟି ଘୋଷଣା କରାଯିବ: ୨୭ ତାରିଖ ସୁଦ୍ଧା ସ୍କୁଲ୍‌ ଛୁଟି ଘୋଷଣା ହୋଇପାରେ

ଘରୁ ବାହାରିଲେ ଅଂଶୁଘାତ ଭୟ ଘାରୁଛି । ଏଭଳି ସ୍ଥିତି ଆହୁରି ୫ଦିନ ଜାରି ରହିବ । ୨୩ ପରେ ୨ରୁ ୪ଡିଗ୍ରି ତାତି ବଢ଼ିପାରେ । ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ଗରମ, ଗୁଳୁଗୁଳି ସାଙ୍ଗକୁ ଉଷ୍ଣ ଓ ଆର୍ଦ୍ର ସ୍ଥିତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ୨୭ ତାରିଖ ସୁଦ୍ଧା ସ୍କୁଲ୍‌ ଛୁଟି ଘୋଷଣା ହୋଇପାରେ କହିଲେ ଗଣଶିକ୍ଷା ମନ୍ତ୍ରୀ। ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ SRCଙ୍କ ସହ ବୈଠକ ବସିଥିଲା। ସାମୂହିକ ଛୁଟି ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଛି। ସବୁଠି ତାତିର କାହର ଦେଖିବାକୁ ମିଳିଛି। ଉତ୍ତର ରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ପ୍ରଚଣ୍ଡ ତାତି।

ଘରୁ ବାହାରିଲେ ଅଂଶୁଘାତ ଭୟ ଘାରୁଛି । ଏଭଳି ସ୍ଥିତି ଆହୁରି ୫ଦିନ ଜାରି ରହିବ । ୨୩ ପରେ ୨ରୁ ୪ଡିଗ୍ରି ତାତି ବଢ଼ିପାରେ । ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ଗରମ, ଗୁଳୁଗୁଳି ସାଙ୍ଗକୁ ଉଷ୍ଣ ଓ ଆର୍ଦ୍ର ସ୍ଥିତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।୨୪, ୨୫ତାରିଖ ପାଇଁ ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ଆସନ୍ତା ୨୫ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହର ଚେତାବନୀ ଥିବା ବେଳେ ତାତିରୁ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Leave A Reply

Your email address will not be published.