thelifelinemedia
Latest Odisha News, Breaking News Today

ମଧ୍ୟପ୍ରାଚ୍ୟ ଯୁଦ୍ଧ ବିରତି ଯୋଗୁଁ କମିଲା ସୁନା ଦର: ଆଗକୁ ଆହୁରି କମିପାରେ ଦର, ଗ୍ରାହକ ଆଶ୍ୱସ୍ତି 

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୩୮ ହଜାର ୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୫୧ ହଜାର ୪୮୦ ଟଙ୍କା ରହିଛି

ନୂଆଦିଲ୍ଲୀ: ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୩୮ ହଜାର ୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୫୧ ହଜାର ୪୮୦ ଟଙ୍କା ରହିଛି । ରାଜଧାନୀ ଦିଲ୍ଲୀରେ ସୁନା ଦର ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି ।

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଯୁଦ୍ଧ ବିରତି ପରେ ଏବେ ସେୟାର ବଜାରରେ ଉତ୍ସାହ ଦେଖାଦେଇଛି। ବଢ଼ୁଥିବା ସୁନା ଦରରେ ବ୍ରେକ ଲାଗିଛି । ଯୁଦ୍ଧ ବିରତି ଯୋଗୁଁ ସୁନା ଦରରେ ହ୍ରାସ ଗ୍ରାହକଙ୍କୁ ସାମୟିକ ଆଶ୍ୱସ୍ତି ଦେଇଛି।

Leave A Reply

Your email address will not be published.