ତେଜିଲା ମଧ୍ୟପ୍ରାଚ୍ୟ ଯୁଦ୍ଧ:ଇରାନ ଦେଖାଇଲା ସାମରିକ କ୍ଷମତା,ଆମେରିକା ଯୁଦ୍ଧ ବିମାନକୁ ଖସାଇଦେଲା ତେହେରାନ, ଅନ୍ୟପଟେ ଇରାନକୁ ଆମେରିକାର 48 ଘଣ୍ଟିଆ ଅଲ୍ଟିମେଟମ
ଯେଉଁ ଆକଳନ ହେଉଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି। ଅନୁମାନ ଠାରୁ ଅଧିକ ଭୟାନକ ଆକ୍ରମଣ କରୁଛି ଇରାନ। ଆମେରିକାର ଲଢ଼ୁଆ ଯୁଦ୍ଧ ବିମାନକୁ ଇରାନ ଟାର୍ଗେଟ କରି ଧ୍ୱଂସ କରିବା ଏବେ ଟ୍ରମ୍ପଙ୍କ ମୁଣ୍ଡ ବିଧାର କାରଣ ସାଜିଛି
ବ୍ୟୁରୋ:ଆଗାମୀ 48 ଘଣ୍ଟା ଭିତରେ ହର୍ମୂଜ ପ୍ରଣାଳୀକୁ ଖାଲି କର। ନ ହେଲେ ଶକ୍ତି କେନ୍ଦ୍ର ଉପରେ ହେବ ଆକ୍ରମଣ। ଆମେରିକାର ଏହି ଖୋଲା ଚେତାବନୀ ପରେ ଇରାନ କହିଲା ମିତ୍ରଙ୍କ ପାଇଁ ଖୋଲା ହର୍ମୂଜ। ଏବେ ପରମାଣୁ ଯୁଦ୍ଧ ମୁହାଁ ମଧ୍ଯପ୍ରାଚ୍ୟ। ଆମେରିକା ଏବଂ ଇସ୍ରାଏଲ ଉପରେ ଭାରି ପଡ଼ି ଯାଉଛି ଇରାନ। ଇରାନର ସାମରିକ ଦକ୍ଷତାକୁ ନେଇ ଯେଉଁ ଆକଳନ ହେଉଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି। ଅନୁମାନ ଠାରୁ ଅଧିକ ଭୟାନକ ଆକ୍ରମଣ କରୁଛି ଇରାନ। ଆମେରିକାର ଲଢ଼ୁଆ ଯୁଦ୍ଧ ବିମାନକୁ ଇରାନ ଟାର୍ଗେଟ କରି ଧ୍ୱଂସ କରିବା ଏବେ ଟ୍ରମ୍ପଙ୍କ ମୁଣ୍ଡ ବିଧାର କାରଣ ସାଜିଛି। ଖାଲି ଆମେରିକା ନୁହେଁ ଇସ୍ରାଏଲ ମଧ୍ୟ ଇରାନର ଏଭଳି ଆକ୍ରମଣକୁ ନେଇ ଚିନ୍ତିତ।
ଅନ୍ୟପଟେ ହର୍ମୁଜ ପ୍ରଣାଳୀ ଖାଲି କରିବା ପାଇଁ ଇରାନକୁ ଆମେରିକା ରାଷ୍ଟ୍ରପତିଙ୍କ ୪୮ ଘଣ୍ଟିଆ ଚରମବାଣୀ ପରେ ଉଭୟ ଇରାନ ଓ ଇସ୍ରାଏଲ ପରସ୍ପର ଉପରେ ଭୀଷଣ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧକୁ ନେଇ ଭାରତ ମଧ୍ଯ ଚିନ୍ତାରେ। ଏହି ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ବିଶ୍ୱସ୍ତରୀୟ ଅସ୍ଥିରତା ମଧ୍ୟରେ ଦେଶର ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଶେଷ କରି ପେଟ୍ରୋଲିୟମ୍, ଅଶୋଧିତ ତେଲ, ପ୍ରାକୃତିକ ଗ୍ୟାସ୍, ବିଦ୍ୟୁତ୍ ଓ ସାର ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି।