କଟକ ବଡ଼ ମେଡିକାଲରେ ବଡ଼ ଅଘଟଣ: ବଦଳିଲେ ଏସସିବିର ବଡ଼ ଅଧିକାରୀ, ଡିନ୍ ଓ ସୁପରିଟେଣ୍ଡେଣ୍ଟଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ ବଦଳିଲେ
କଟକ: କଟକ ବଡ଼ ମେଡିକାଲରେ ଅଗ୍ନିକାଣ୍ଡ ଘଟଣା ପରେ ବଡ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର। ପ୍ରଫେସର ଡାକ୍ତର ପ୍ରତିଭା ପଣ୍ଡା ହେଲେ SCB ମେଡିକାଲ୍ କଲେଜର ନୂଆ ଡିନ୍ ଓ ପ୍ରିନ୍ସିପାଲ୍। ସେହିପରି ପ୍ରେଫେସର ଡାକ୍ତର ଲୁସି ଦାସଙ୍କ ସ୍ଥାନରେ ପ୍ରତିଭା ପଣ୍ଡାଙ୍କୁ ଏହି ନିଯୁକ୍ତି ମିଳିଛି। ବାରିପଦା ମେଡିକାଲ୍ କଲେଜର ଡିନ୍ ଓ ପ୍ରିନ୍ସିପାଲ୍ ଭାବେ କାର୍ଯ୍ୟ କରୁଥିଲେ ପ୍ରତିଭା ପଣ୍ଡା। ଏପଟେ ଲୁସି ଦାସଙ୍କୁ ଖାଲିଥିବା ସିଟିଭିଏସ ତଥା କାର୍ଡିଓ ଥୋରାସିକ୍ ଆଣ୍ଡ ଭାସକୁଲାର ସର୍ଜରୀର ପ୍ରଫେସର ଭାବେ ନିଯୁକ୍ତି ମିଳିଥିବା ଜଣାପଡିଛି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନିକଟରେ ଏସସିବି ମେଡିକାଲ କଲେଜରେ ବଡ଼ ଧରଣର ଅଗ୍ନିକାଣ୍ଡରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଚର୍ଚ୍ଚାରେ ଥିଲା ଏସସିବି। ଏସସିବି ଭଳି ବଡ ମେଡିକାଲରେ ଏଭଳି ଅଘଟଣକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା।