ଓଡିଶା ଜନତା କଂଗ୍ରେସର ମହାମିଶ୍ରଣ ପର୍ବ:ବିଭିନ୍ନ ଦଳର ଅନେକ ବରିଷ୍ଠ ନେତା, ବିଶିଷ୍ଟ ସାମାଜିକ କର୍ମୀ, ଶ୍ରମିକ ନେତା ହେଲେ ସାମିଲ
ସଭାପତି ତଥା ପୂର୍ବତନ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ ଅନନ୍ୟ ମହାଶକ୍ତି ମା ବିରଜାଙ୍କ ଆଶୀର୍ବାଦରେ ଖଣି ଖାଦାନ ଭରା ରତ୍ନଗର୍ଭା ଏ ପବିତ୍ର ଅଂଚଳର ସର୍ବାଙ୍ଗୀନ ବିକାଶର ସଂକଳ୍ପ ନେଇ ମହାବିନାୟକ ଶ୍ରୀ ଗଜାନନଙ୍କ ପବିତ୍ର ମାଟିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା
ଯାଜପୁର: ଓଡିଶା ଜନତା କଂଗ୍ରେସର ମହାମିଶ୍ରଣ ପର୍ବ ଚଣ୍ଡିଖୋଲର ଧର୍ମଶାଳା ଭଵନରେ ରବିବାର ଅନୁଷ୍ଠିତ ହୋଇ ଯାଇଛି । ସମଗ୍ର ଯାଜପୁର ଜିଲ୍ଲାର ବିଭିନ୍ନ ଦଳର ଅନେକ ବରିଷ୍ଠ ନେତା, ବିଶିଷ୍ଟ ସାମାଜିକ କର୍ମୀ, ଶ୍ରମିକ ନେତା ଓ ବୁଦ୍ଧିଜୀବୀ ଏହି ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ପାର୍ଟର ସଭାପତି ତଥା ପୂର୍ବତନ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ ଅନନ୍ୟ ମହାଶକ୍ତି ମା ବିରଜାଙ୍କ ଆଶୀର୍ବାଦରେ ଖଣି ଖାଦାନ ଭରା ରତ୍ନଗର୍ଭା ଏ ପବିତ୍ର ଅଂଚଳର ସର୍ବାଙ୍ଗୀନ ବିକାଶର ସଂକଳ୍ପ ନେଇ ମହାବିନାୟକ ଶ୍ରୀ ଗଜାନନଙ୍କ ପବିତ୍ର ମାଟିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା ।
ଏହି ମିଶ୍ରଣ ପର୍ବ ରେ ରାଜ୍ୟ ଅଣସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, ଜିଲ୍ଲା ପରିଷଦ ର ପୁର୍ବତନ ଅଧ୍ୟକ୍ଷ। ରଂଜିତା ରାଉତ, ଜିଲ୍ଲା କଂଗ୍ରେସ ର ଓ ଵି ସି ସେଲ ନେତା ପ୍ରଶାନ୍ତ କୁମାର ସାହୁ ସୁକିନ୍ଦା କଂଗ୍ରେସ ନେତା ଭବାନୀ ଶଙ୍କର ଦେଓ, ସୁରେନ୍ଦ୍ର ପାତ୍ର, ସେକ ବଦ୍ରିଉଁଦିନ, ଵି ଜେ ପି ନେତା ମନୋରଞ୍ଜନ ନାୟକ ପ୍ରଦୀପ କୁମାର ଧଳ ଵି ଜେ ଡ଼ି ନେତା ଦିଲ୍ଲୀପ କୁମାର ରାଉତ, ଗୁକୁଳ ଚନ୍ଦ୍ର ପରିଡା ଜିଲ୍ଲା ର ବରିଷ୍ଠ କଂଗ୍ରେସ ନେତା ସୁରେଶ ସାହାଣୀ ସଞ୍ଜୟ କୁମାର ରାୟ,ବିଜୟ କୁମାର ଦାସ, ବିଦ୍ୟାଧର ଯେନା ଦଳିତ ନେତା ଜୋଶବନ୍ତ ଯେନା ପ୍ରତାପ କୁମାର ଦାସ, ପ୍ରମିଳା ବେହେରା, ସମେତ ୬୦୦ ଶହ ରୁ ଉର୍ଦ୍ଧ ନେତା ଓ ଆଗ ଧାଡିର କର୍ମୀ ଯୋଗ ଦେଇଥିଲେ ।