thelifelinemedia
Latest Odisha News, Breaking News Today

କେକ୍‌ କାଟି ଜନ୍ମଦିନ ପାଳିଲେ ବାବୁସାନ, ହେଲେ ଆସିଲେଣି ତୃପ୍ତି ଏବଂ ପୁଅ

ଭୁବନେଶ୍ବର: ବାବୁସାନ୍ ଆଜି ଫ୍ୟାନ୍‌ମାନଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି। ବାବୁସାନ ଭୁବନେଶ୍ବରର ଜଗନ୍ନାଥ ବିହାରସ୍ଥିତ ବାସଭବ‌ନରେ କେକ୍‌ କାଟିବା ସହ ନିଜ ନୂଆ ଫିଲ୍ମ ‘ଗଜପତି’ର ପୋଷ୍ଟର ରିଲିଜ କରିଛନ୍ତି। ଏହି ଅବସରରେ ବାବୁସାନଙ୍କ ମା’ ଅପରାଜିତା ଏବଂ ଫ୍ୟାନମାନେ ଉପସ୍ଥିତ ଥିଲେ। ସେ ପରିବାର ଲୋକ ଓ ପ୍ରଶଂସକଙ୍କ ଗହଣରେ କେକ୍‌ କାଟି ଖୁସି ଅନୁଭବ କରିଛନ୍ତି।

ଜନ୍ମଦିନ ସେଲିବ୍ରେସନକୁ ପତ୍ନୀ ତୃପ୍ତି ଶତପଥୀ ଆସି ନଥିବା ଜଣାପଡ଼ିଛି। ଏନେଇ ପ୍ରତିକ୍ରିୟା ଦେଇ ବାବୁସାନ୍ କହିଛନ୍ତି ଯେ, ତୃପ୍ତି ଜନ୍ମଦିନକୁ ଆସିଲାନି କିନ୍ତୁ ସେ ସବୁବେଳେ ମୋ ମନରେ ରହିଛି। ମୁଁ ଅଛି ତାଙ୍କ ସାଙ୍ଗରେ। ଏହାରି ଭିତରେ ବାବୁସାନଙ୍କ ଶଶୁର ଲଳିତ ଶତପଥୀ ବାବୁସାନଙ୍କ ଘରକୁ ଆସିଛନ୍ତି। ଦୁଇ ପରିବାର ଭିତରେ ଥିବା ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.