ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ହେଲେ ସୁସ୍ଥ

ନୂଆଦିଲ୍ଲୀ: ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେରଳର ଥିରୁଅନନ୍ତପୁରମ ସରକାରୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଶନିବାର ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ ହସ୍ପିଟାଲରୁ ଡିସଚାର୍ଜ କରାଯିବା ପୂର୍ବରୁ ବ୍ୟକ୍ତିଙ୍କ ନମୂନା ଦୁଇ ଥର ପରୀକ୍ଷା କରାଯାଇଥିଲା । ପୁନେ ସ୍ଥିତ ଏନଆଇଭିରେ ୭୨ ଘଣ୍ଟା ବ୍ୟବଧାନରେ ଦୁଇ ଥର ନମୂନା ପରୀକ୍ଷଣ କରାଯାଇଥିଲା ଏବଂ ଉଭୟରେ ତାଙ୍କ ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି । ରୋଗୀ ଜଣକ ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି । ଶରୀରରେ ଦେଖା ଦେଇଥିବା ଚିହ୍ନ ମଧ୍ୟ ଲିଭି ସାରିଛି।