thelifelinemedia
Latest Odisha News, Breaking News Today

ମାଥିଲିରେ ଅଜଣା ରୋଗ ଆତଙ୍କ; ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ମାଥିଲି ୨୨/୦୯: ଚିନ୍ତା ବଢାଉଛି ଅଜଣା ରୋଗ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ହଳଦୀକୁଣ୍ଡ ଗାଁରେ ମୃତକଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ଏଥିରେ  ଆଉଜଣଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଲକ୍ଷ୍ମା ମାଡକାମୀ। ଲକ୍ଷ୍ମାଙ୍କୁ ଅନ୍ୟ ରୋଗୀଙ୍କ ସହ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ତାଙ୍କୁ ଘରକୁ ଡାକ୍ତରଖାନା କର୍ତ୍ତୃପକ୍ଷ ପଠାଇଥିଲେ। ଗତ କାଲି ଅର୍ଥାତ ବୁଧବାର ଅଚାନକ ତାଙ୍କ ପେଟବଥା ହେବାରୁ ତାଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ନିଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ  ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି।

ଏହି ଅଜଣା ରୋଗ ଆତଙ୍କକୁ ପାଖାପାଖି ଗୋଟିଏ ମାସ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସଠିକ କାରଣ ଜଣାପଡ଼ୁନାହିଁ। ଏହି ରୋଗ ପାଇଁ ମାଥିଲି ଅଞ୍ଚଳର ସାଧାରଣରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଗାଁରେ ଡାକ୍ତରୀ ଦଳ ଠାରୁ ଆରମ୍ଭ କରି ରାଜନେତାମାନଙ୍କ ଘନଘନ ଗ୍ରସ୍ତ କରୁଥିବା ବେଳେ ରୋଗ ଥମିବାର ନାଁ ନେଉନି।  ଦୀର୍ଘ ଦୀନ ହେଲା ଅଜଣାରୋଗ ପାଇଁ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ସରକାର ଏଥିପାଇଁ ତୁରନ୍ତ ପ୍ରତିକାର ମୂଳକ ପଦକ୍ଷେପ ନେବାକୁ  ଅଞ୍ଚଳବାସୀ  ଦାବି କରିଛନ୍ତି।

Leave A Reply

Your email address will not be published.