ସରିଲା ଛତିଶା ନିଯୋଗ ବୈଠକ

ପୁରୀ ୨୨/୦୯: ପୁରୀରେ ଶ୍ରୀମନ୍ଦିର ପ୍ରଶସନ ପକ୍ଷରୁ ପୁରୀ ଜିଲ୍ଲାପଳଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ସମସ୍ତ ନିଯୋଗର ସେବାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏଥିରେ କାର୍ତ୍ତିକ ପୁର୍ଣ୍ଣିମା ନୀତିକାନ୍ତି ଚୁଡାନ୍ତ ଚୁୁଡ଼ାନ୍ତ ହେବା ସହିତ ଏହା ଉପରେ ଛତିଶା ନିଯୋଗମୋହର ମାରିଛି।
ସେହିପରି ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ଓ ଶୃଙ୍ଖଳିତ ନୀତି, ମହାପ୍ରସାଦ ଯୋଗାଣ ସ୍ବତନ୍ତ୍ର ବ୍ୟବସ୍ଥା ହେବ ବୋଲି ସ୍ଥିର ହୋଇଛି। ସେପଟେ ଆସନ୍ତା ଅକ୍ଟୋବର ୨୫ରେ ସୂର୍ଯ୍ୟ ପରାଗ ଏବଂ ନଭେମ୍ବର ୮ ରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୨୪ ରାତି ଓ ନଭେମ୍ବର ୮ ଅପରାହ୍ଣରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ବୋଲି କୁହାଯାଇଛି ।