thelifelinemedia
Latest Odisha News, Breaking News Today

ନବୀନ ଉତ୍ତର ଦେଇପାରିଲେନି:ମୁଁ ଏବେ ସ୍ୱାଧୀନ,ବିଧାନସଭାରେ ସ୍ୱାଧୀନ ଭାବେ ପ୍ରସଙ୍ଗ ଉଠାଇବି

ନିଲମ୍ବନ ପ୍ରସଙ୍ଗରେ ନୀରବ ରହିଲ ନବୀନ। ବିଧାନସଭାରେ ଦେଖା ହେଲେ ଆଉ କାହିଁକି ପଚାରିବି, ପଚାରିବା ପାଇଁ ଇଚ୍ଛା ନାହିଁ ବୋଲି ଅରବିନ୍ଦ କହିଛନ୍ତି

ଭୁବନେଶ୍ୱର: ସସ୍‌ପେଣ୍ଡକୁ ନେଇ ପୁଣି ସମାନ କଥା ଦୋହରାଇଲେ । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ନିଲମ୍ୱନ ପ୍ରସଙ୍ଗକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି ଅରବିନ୍ଦ । କହିଛନ୍ତି ନବୀନଙ୍କୁ ଯେଉଁ ପ୍ରଶ୍ନ କରିଥିଲେ, ତାର ଉତ୍ତର ମିଳିଲାନି। ଯେଉଁ ପ୍ରଶ୍ନ ପଚାରିଥିଲି ନବୀନ ତା’ର ଉତ୍ତର ଦେଇପାରିଲେନି । ଦୁର୍ନୀତି, ବିଶ୍ୱାସଘାତକତା ବାବଦରେ ସତ୍ୟାସତ୍ୟ ଯାଞ୍ଚ ଚ୍ୟାଲେଞ୍ଜ ଦେଇଥିଲି। ହେଲେ ନବୀନ କିଛି ଉତ୍ତର ଦେଲେନି।

ନିଲମ୍ବନ ପ୍ରସଙ୍ଗରେ ନୀରବ ରହିଲ ନବୀନ। ବିଧାନସଭାରେ ଦେଖା ହେଲେ ଆଉ କାହିଁକି ପଚାରିବି, ପଚାରିବା ପାଇଁ ଇଚ୍ଛା ନାହିଁ ବୋଲି ଅରବିନ୍ଦ କହିଛନ୍ତି। ସେମାନଙ୍କ ଅଭିଯୋଗର କୌଣସି ଭିତ୍ତିଭୂମି ନାହିଁ, ମୁଁ ଜାଣିଛି ଉତ୍ତର ଦେଇ ପାରିବେନି। ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେଖି ଭୋଟ ଦେବି। ମୁଁ ଏବେ ସ୍ୱାଧୀନ ଲୋକ।ତେଣୁ ବିଧାନସଭାରେ ସ୍ୱାଧୀନ ଭାବେ ପ୍ରସଙ୍ଗ ଉଠାଇବି ବୋଲି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.