ବଡ଼ବିଲରେ ଦୁର୍ଦ୍ଦାନ୍ତ ଡକାୟତକୁ ଏନକାଉଣ୍ଟର: ବଡ଼ବିଲ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତିରେ ଥିଲା ସମ୍ପୃକ୍ତି
ଜଙ୍ଗଲରେ ସିପୁ ଲୁଚିଥିବା ଖବରପାଇ ଅପରେସନ ଆରମ୍ଭ କରିଥିଲା ପୋଲିସ। ସୂଚନା ମୁତାବକ, ସିପୁର ଗୋଡ଼ରେ ବାଜିଛି ଗୁଳି
କେନ୍ଦୁଝର:କେନ୍ଦୁଝର ବଡ଼ବିଲରେ ଦୁର୍ଦ୍ଦାନ୍ତ ଡକାୟତକୁ ପୋଲିସର ଏନକାଉଣ୍ଟର ହୋଇଛି। ବହୁ ଦିନ ଲୁଚକାଳି ଖେଳିବା ପରେ ପୋଲିସ୍ ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରକୁ ବଡ଼ବିଲ ପୋଲିସ ଏନକାଉଣ୍ଟର କରିଛି। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର ହୋଇଛି। ଜଙ୍ଗଲରେ ସିପୁ ଲୁଚିଥିବା ଖବରପାଇ ଅପରେସନ ଆରମ୍ଭ କରିଥିଲା ପୋଲିସ। ସୂଚନା ମୁତାବକ, ସିପୁର ଗୋଡ଼ରେ ବାଜିଛି ଗୁଳି। ତାକୁ ବଡବିଲ୍ ମେଡିକାଲରେ ଭର୍ତ୍ତି କରଯାଇଛି। ସିପୁ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ। ନିକଟରେ ବଡ଼ବିଲ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତିରେ ଥିଲା ସମ୍ପୃକ୍ତି।
ଆଗକୁ ଆହୁରି ଦୁର୍ଦ୍ଦାନ୍ତ ଅପରାଧୀ ଯେଉଁମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଲିପ୍ତ ଅଛନ୍ତି ସମସ୍ତେ ଧରପଡିବେ ବୋଲି ପୋଲିସ କହିଛି। ଏ ନେଇ ଏକ ଅପରେଶନ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଜଣାପଡିଛି ।