ରାଜ୍ୟ କଂଗ୍ରେସରେ ସାମୁହିକ ଇସ୍ତଫା:ପିସିସି ସଭାପତି ଭକ୍ତ ଦାସ ଦଳକୁ ଭଲରେ ଚଲାଇ ପାରୁନାହାଁନ୍ତି , ଇସ୍ତଫା ଦେଲେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି, ମହିଳା କଂଗ୍ରେସ ସମ୍ପାଦକ, ଯୁବ ଓ ଛାତ୍ର କର୍ମକର୍ତ୍ତା
ଜାତୀୟ ଯୁବ ଦିବସରେ ଭୁବନେଶ୍ବରରେ ମହମ୍ମଦ ମୋକିମ ଶକ୍ତି ପ୍ରଦର୍ଶନ କରିଥିଲେ । ଓଡ଼ିଶା ଯୁବ ସମାବେଶ ନାଁରେ ପଡ଼ିଥିଲା ନୂଆ ଦଳର ମୂଳଦୁଆ
ଭୁବନେଶ୍ବର:ରାଜ୍ୟ କଂଗ୍ରେସରେ ସାମୁହିକ ଇସ୍ତଫାକୁ ନେଇ ତେଜିଛି ରାଜ୍ୟ ରାଜନୀତି। ରାଜ୍ୟ କଂଗ୍ରେସର ଅପାରଗ ନେତୃତ୍ବକୁ ଦାୟୀ କରି କଂଗ୍ରେସର ଆଗଧାଡ଼ିର ପ୍ରାୟ 41 କଂଗ୍ରେସ ନେତାଲ ଇସ୍ତଫା ଦେଇଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି, ମହିଳା କଂଗ୍ରେସ ସମ୍ପାଦକ, ଯୁବ ଓ ଛାତ୍ର କର୍ମକର୍ତ୍ତା ।ପିସିସି ସଭାପତି ଭକ୍ତ ଦାସ ଦଳକୁ ଭଲରେ ଚଲାଇ ପାରୁନାହାଁନ୍ତି , ଆମେ ଦଳରେ ଥାଇ ମଧ୍ୟ ଆମକୁ ଅଣଦେଖା କରାଯାଇଅଛି କହି ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା।
ଜାତୀୟ ଯୁବ ଦିବସରେ ଭୁବନେଶ୍ବରରେ ମହମ୍ମଦ ମୋକିମ ଶକ୍ତି ପ୍ରଦର୍ଶନ କରିଥିଲେ । ଓଡ଼ିଶା ଯୁବ ସମାବେଶ ନାଁରେ ପଡ଼ିଥିଲା ନୂଆ ଦଳର ମୂଳଦୁଆ। କଂଗ୍ରେସ ବିଧାୟିକା ତଥା ଝିଅ ସୋଫିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ବାପାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। କହିଲେ ବାପା ଦେଖିଥିବା ସ୍ବପ୍ନ କେବେ ବିଫଳ ହୁଏନା । ନୂଆ ଓଡ଼ିଶା ଗଢ଼ିବାପାଇଁ ଯୁବକଙ୍କ ଆବଶ୍ୟକତା ରହିଛି।
ତେବେ ଏହି ସମୂହ ଇସ୍ତଫା ନେଇ ରାଜ୍ୟ କଂଗ୍ରେସ ଉପରେ କିପରି ପ୍ରଭାବ ପକାଇବ ତାହା ସମୟ କହିବ। ଗୋଟିଏ ପଟେ ପିସିସି ସଭାପତି ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବା ନେଇ ଘୋଷଣା କରିବା ପରେ ଏବେ ସାମୁହିକ ଇସ୍ତଫା ଦଳର ଅସନ୍ତୋଷ ରୂପକୁ ପଦାରେ ପକାଇଛି।