thelifelinemedia
Latest Odisha News, Breaking News Today

ଅଦାଲତ ଅବମାନନା: ସଚିବ ଉଷା ପାଢ଼ୀଙ୍କୁ ହାଜିରା ନିର୍ଦ୍ଦେଶ, ହାଜିରା ସୁନିଶ୍ଚିତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ହାଜିରା ସୁନିଶ୍ଚିତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୩୦ ତାରିଖ ସକାଳ ୧୦ଟା ୩୦ରେ ହାଜର ପାଇଁ ନିର୍ଦ୍ଦେଶ ଦେଲେ

ଭୁବନେଶ୍ବର:ଅଦାଲତ ଅବମାନନା ମାମଲାରେ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଜିରା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ଓ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ରହିଛି। ହାଜିରା ସୁନିଶ୍ଚିତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୩୦ ତାରିଖ ସକାଳ ୧୦ଟା ୩୦ରେ ହାଜର ପାଇଁ ନିର୍ଦ୍ଦେଶ ଦେଲେ। ଏହା ମଧ୍ୟରେ ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିଥିଲେ ଆଉ ହାଜର ହେବେନି।

ପୂର୍ବରୁ ଏକ ମାମଲାରେ ହାଇକୋର୍ଟଙ୍କ ନିର୍ଦେଶ ପାଳନ ନକରି ଚର୍ଚ୍ଚାରେ ରହିଥିଲେ ଆଇଏଏସ୍ ଅଧିକାରୀ ଅରବିନ୍ଦ ଅଗ୍ରୱାଲ । ଅରବିନ୍ଦଙ୍କ ବିରୋଧରେ ଗିରଫ୍ ପରୱାନା ଜାରି କରିଥିଲେ ହାଇକୋର୍ଟ ।ଅଦାଲତ ଅବମାନନା ମାମଲାରେ ୱାରଣ୍ଟ ଜାରି କରିଥିଲେ। ଏବେ  ଅଦାଲତ ଅବମାନନା ମାମଲାରେ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଜିରା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Leave A Reply

Your email address will not be published.