thelifelinemedia
Latest Odisha News, Breaking News Today

ଯାତ୍ରା ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ ମିଳିଲା ଭୁବନେଶ୍ବର କୋର୍ଟ ଅର୍ଡର କପି: ଏବେ ପୀୟୁଷଙ୍କ ନିଷ୍ପତ୍ତି ଉପରେ ନଜର 

ପୂର୍ବରୁ ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଚର୍ଚ୍ଚିତ ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ମନା ହୋଇଥିଲା। ଭୁବନେଶ୍ବର କୋର୍ଟରୁ ପୀୟୁଷଙ୍କୁ ଝଟକା ଲାଗିଥିଲା

ଭୁବନେଶ୍ବର: ମଞ୍ଚ ବାରଣ ନେଇ ଯାତ୍ରା କଳାକାର ପୀୟୁଷଙ୍କୁ ମିଳିଲା ଭୁବନେଶ୍ବର କୋର୍ଟ ଅର୍ଡର କପି। ମାମଲାରେ ପକ୍ଷଭୁକ୍ତ ହୋଇଥିବା ସଞ୍ଜୀବ ପାଢ଼ୀଙ୍କୁ ମଧ୍ୟ ମିଳିଲା ଅର୍ଡର କପି। ଆସନ୍ତା ୧୨ ତାରିଖରେ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି।ଏନେଇ ସୂଚନା ଦେଲେ ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀ ।

ପୂର୍ବରୁ ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଚର୍ଚ୍ଚିତ ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ମନା ହୋଇଥିଲା। ଭୁବନେଶ୍ବର କୋର୍ଟରୁ ପୀୟୁଷଙ୍କୁ ଝଟକା ଲାଗିଥିଲା। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ବାରଣ ହୋଇଥିଲା । ଗତ ୫ ତାରିଖରେ ମଞ୍ଚ ଚଢ଼ିଥିଲେ ପୀୟୂଷ। ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକରେ ଅଭିନୟ କରିଥିଲେ। ଏହାକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ଅପେରା ସୂର୍ଯ୍ୟ ମନ୍ଦିର କର୍ତ୍ତୃପକ୍ଷ। କାରଣ ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା। ଚୁକ୍ତି ସରି ନଥିବା ବେଳେ ପୀୟୂଷ ସିଂହବାହିନୀ ଆସିବାକୁ ଚାହୁଁଥିଲେ। ଏହାକୁ ନେଇ ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ।

Leave A Reply

Your email address will not be published.