ସ୍ଲିପର କୋଚ୍ ବସ୍ରେ ରହିବ ପାଣି ଟାଙ୍କି: ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସ୍ଲିପର କୋଚ୍ରେ ରହିବ ଗୋଟିଏ ପାଣି ଟାଙ୍କି
କୋର୍ଟଙ୍କ ନିର୍ଦ୍ଦେଶନାମା ଥିବାରୁ କଡ଼ାକଡ଼ି ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏସି ବସ୍ରେ ଅଧିକ ନିଆଁ ଲାଗୁଥିବାରୁ ଏହି ନିୟମ ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି
ଭୁବନେଶ୍ବର: ରାଜ୍ୟରେ ସ୍ଲିପର କୋଚ୍ ବସ୍ରେ ପାଣି ଟାଙ୍କି ଓ ସ୍ପ୍ରିଙ୍କଲର୍ ବାଧ୍ୟତାମୂଳକ ହେବ । ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସହ ମାଲିକ ସଂଘ ବୈଠକ ପରେ ଏଭଳି ନିଷ୍ପତ୍ତି ସାମ୍ନାକୁ ଆସିଛି। ସ୍ଲିପର୍ କୋଚ୍ ପାଇଁ ଥିବା ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି।ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସ୍ଲିପର କୋଚ୍ରେ ରହିବ ଗୋଟିଏ ପାଣି ଟାଙ୍କି।
ସେହିପରି ସ୍ପ୍ରିଙ୍କଲର୍ ଲଗାଇବା ବାଧ୍ୟତାମୂଳକ କରାଯିବ ବୋଲି କହିଲେ ମନ୍ତ୍ରୀ। କୋର୍ଟଙ୍କ ନିର୍ଦ୍ଦେଶନାମା ଥିବାରୁ କଡ଼ାକଡ଼ି ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏସି ବସ୍ରେ ଅଧିକ ନିଆଁ ଲାଗୁଥିବାରୁ ଏହି ନିୟମ ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ନିୟମକୁ ବସ୍ ମାଲିକ ଅନୁପାଳନ କରିବେ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।