thelifelinemedia
Latest Odisha News, Breaking News Today

ନୂଆବର୍ଷ ରୁ ଟିମ ଇଣ୍ଡିଆର ବିଜୟ ଅଭିଯାନ:ନ୍ୟୁଜିଲାଣ୍ଡକୁ ଭାରତ ୪ ୱିକେଟରେ ପରାସ୍ତ କଲା ଗିଲ୍ ବାହିନୀ 

ବିରାଟ କୋହଲି କଲେ ୯୩ ରନ୍‌ । ଭାଙ୍ଗିଲେ ସଚିନଙ୍କ ରେକର୍ଡ ତିନିଟି ଦିନିକିଆ ବିଶିଷ୍ଟ ଏହି ଶୃଙ୍ଖଳାରେ ଭାରତ 1_0ରେ ଆଗୁଆ ରହିଛି

ବ୍ୟୁରୋ: ପ୍ରଥମ ଦିନିକିଆରେ ବାଜିମାତ କରିଛି ଭାରତୀୟ କ୍ରିକେଟ୍ ଦଳ। ନୂଆବର୍ଷରୁ ବିଜୟର ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ।ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ଭାରତ ୪ ୱିକେଟରେ ପରାସ୍ତ କରିଛି। ଗୁଜୁରାଟର ଭଦୋଦରାସ୍ଥିତ କୋତମ୍ବି ଷ୍ଟାଡିୟମରେ ‌ରବିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତକୁ ୩୦୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଭାରତ ୪୯ ଓଭରରେ ୬ଟି ୱିକେଟ୍‌ ହରାଇ ୩୦୬ ରନ୍‌ ସଂଗ୍ରହ କରିଛି। ଏଥିରୁ ବିରାଟ କୋହଲି ୯୩ ରନ୍‌ କରିଛନ୍ତି।

୪୯ତମ ଓଭର ଆରମ୍ଭ ହେଲା ଭାରତକୁ ବିଜୟ ପାଇଁ ୧୨ ରନ୍‌ ଆବଶ୍ୟକ ଥିଲା। କେଏଲ ରାହୁଲ ଓଭରର ଚତୁର୍ଥ ଏବଂ ପଞ୍ଚମ ବଲରେ ଲଗାତାର ଦୁଇଟି ଚୌକା ମାରି ସ୍କୋରକୁ ସମାନ କରିଥିଲେ। ଏହା ପରେ ସେ ଓଭରର ଶେଷ ବଲରେ ଏକ ଛକା ମାରି ଭାରତର ବିଜୟକୁ ନିଶ୍ଚିତ କରିଥିଲେ। କେଏଲ ରାହୁଲ ୨୧ ବଲ୍‌ରୁ ୨୯ ରନ କରି ଅପରାଜିତ ରହିଥିଲେ। ତିନିଟି ଦିନିକିଆ ବିଶିଷ୍ଟ ଏହି ଶୃଙ୍ଖଳାରେ ଭାରତ 1_0ରେ ଆଗୁଆ ରହିଛି। ଦ୍ୱିତୀୟ ମ୍ୟାଚ୍ 14 ତାରିଖରେ ରାଜକୋଟରେ ଖେଳାଯିବ।

Leave A Reply

Your email address will not be published.