ରାଉରକେଲା ଜଗଦାରେ ବିମାନ କ୍ରାସ:ପାଇଲଟଙ୍କ ସହ ୬ ଜଣ ଆହତ,ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଚାର୍ଲି-୨୦୮ ବିମାନ କ୍ରାସ ହୋଇଛି ।୯ ସିଟର୍ ବିମାନ କ୍ରାସ ହୋଇଛି। ପାଇଲଟଙ୍କ ସହ ୬ ଜଣ ଆହତ। ୪ ଯାତ୍ରୀ ଓ ପାଇଲଟ ଓ ଲୋକ ପାଇଲଟ ଆହତ
ରାଉରକେଲା:ରାଉରକେଲା ଜଗଦାରେ ବିମାନ କ୍ରାସ ହୋଇଛି।ଭୁବନେଶ୍ବରରୁ ରାଉରକେଲା ଯାଉଥିଲା ବିମାନ।ରାଉରକେଲା ପୂର୍ବରୁ କ୍ରାସ ଲ୍ୟାଣ୍ଡ କରିଛି ବିମାନ। ଚାର୍ଲି-୨୦୮ ବିମାନ କ୍ରାସ ହୋଇଛି ।୯ ସିଟର୍ ବିମାନ କ୍ରାସ ହୋଇଛି। ପାଇଲଟଙ୍କ ସହ ୬ ଜଣ ଆହତ। ୪ ଯାତ୍ରୀ ଓ ପାଇଲଟ ଓ ଲୋକ ପାଇଲଟ ଆହତ। ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି ।
ଏହି ଘଟଣାରେ ଟୁଇଟ କରି ଦୁଃଖ ପ୍ରକାଶ କଲେ CM ମୋହନ ମାଝୀ।ମହାପ୍ରଭୁଙ୍କ କୃପାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।ଯାତ୍ରୀ ସୁରକ୍ଷିତ ଥିବା ଖବର ଆଶ୍ବସ୍ତି ଦେଇଛି। ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ଦେବାକୁ ନିର୍ଦ୍ଦେଶ। ମୁଁ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ ନଜର ରଖିଛି।ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।