thelifelinemedia
Latest Odisha News, Breaking News Today

ଯୁବ ଦିବସରେ ନୂଆ ଦଳ ଗଠନର ଶୁଭାରମ୍ଭ: ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ନାଁ ଘୋଷଣା: ତିନି ପ୍ରମୁଖ ଦଳର ଅସନ୍ତୁଷ୍ଟ ଯୁବନେତାଙ୍କୁ ନେଇ ନୂଆ ଦଳ

ଆସନ୍ତା ୧୨ ତାରିଖ ଯୁବ ସମାବେଶରେ ଏକାଠି ହେବେ। ଉପକୂଳ ଓଡ଼ିଶାର ଅନେକ ଯୁବ ନେତା ଏକାଠି ହେବେ

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବଦଳିବାକୁ ଯାଉଛି ନୂଆ ସମୀକରଣ। ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍‌ଙ୍କ ବଡ଼ ସୂଚନା ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ କହିଲେ ମୋକିମ୍। ନୂଆ ଦଳ ନେଇ ସମୀକରଣ ଚାଲିଛି, ପୂରା ରାଜ୍ୟରୁ ମତାମତ ନିଆଯାଉଛି।ଆସନ୍ତା ୧୨ ତାରିଖ ଯୁବ ସମାବେଶରେ ଏକାଠି ହେବେ। ଉପକୂଳ ଓଡ଼ିଶାର ଅନେକ ଯୁବ ନେତା ଏକାଠି ହେବେ।

ମୋକିମ୍ କହିଛନ୍ତି ଉପକୂଳ ଓଡ଼ିଶାର ୧୦ ଜିଲ୍ଲାର ଯୁବନେତା ହେବେ ସାମିଲ। ବହୁତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ସହ ପରାମର୍ଶ ନେଉଛୁ।ଯେଉଁ ଯୁବ ନେତାଙ୍କୁ ସୁବିଧା ସୁଯୋଗ ମିଳିପାରି ନାହିଁ, ଏକତ୍ରିତ କରୁଛୁନୂଆ ଦଳର ନାମ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ।ନୂଆ ଦଳରେ କଂଗ୍ରେସ ଓ ବିଜେଡିର ନେତା ବି ରହିବେ ବୋଲି ମୋକିମ କହିଛନ୍ତି।

Leave A Reply

Your email address will not be published.