thelifelinemedia
Latest Odisha News, Breaking News Today

ମାଓନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷରେ ଖଲାସ

ଗୁଣପୁର,୨୦l୯: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ମୁଚିଗୁଡା ଜଙ୍ଗଲରୁ ବିଷ୍ପୋରକ ସାମଗ୍ରୀ ଜବତ ମାମଲାରେ ଆଜି ଗୁଣପୁର ଏଡିଜେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗତ ୬ ମାର୍ଚ୍ଚ ୨୦୧୩ ମସିହାରେ ସିଆରପିଏଫ ଜବାନଙ୍କ କୁମ୍ୱିଂ ଅପରେସନ୍ ବେଳେ ସବ୍ୟସାଚୀ ଜଙ୍ଗଲରୁ ଛତ୍ରଭଙ୍ଗ ଦେଇ ଚାଲିଯିବା ପରେ ଜଙ୍ଗଲ ଭିତରର ମାଓ ଆଡ୍ଡାରୁ ଏକ ଟିଫିନ ବୋମା, ୧୨ ଭୋଲଟ ବ୍ୟାଟେରି, ତାର, ବ୍ୟାନର ଓ ନଥିପତ୍ର ଜବତ କରିଥିଲେ। ଉକ୍ତ ଘଟଣାରେ ସବ୍ୟସାଚୀଙ୍କ ବିରୋଧରେ ଚନ୍ଦ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

ଏହି ମାମଲାରେ ୨୦ଟି ସାକ୍ଷୀଙ୍କ ବୟାନକୁ ବିଚାର କରି ଏଡିଜେ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପୋଲିସ ଏହି ମାମଲାରେ ଦେଇଥିବା ଚାର୍ଜସିଟ୍ ଅନୁଯାୟୀ କୋର୍ଟରେ ଆବଶ୍ୟକୀୟ ସାକ୍ଷ ପ୍ରମାଣ ଅଭାବ ହେବାରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ସବ୍ୟଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ କହିଛନ୍ତି। ଏହା ପୁର୍ବରୁ ଗୁଣପୁରର ବିଭିନ୍ନ କୋର୍ଟରେ ୧୩ଟି ମକଦ୍ଦମାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

Leave A Reply

Your email address will not be published.