thelifelinemedia
Latest Odisha News, Breaking News Today

ସେପ୍ଟେମ୍ବର ପରେ ମଧ୍ୟ PMGKAYରେ ଜାରି ରହିବ ଫ୍ରି ରେସନ ବ୍ୟବସ୍ଥା

ନୂଆଦିଲ୍ଲୀ ୨୦।୯: ଦେଶର ଲକ୍ଷଲକ୍ଷ ରେସନ କାର୍ଡଧାରୀଙ୍କ ଲାଗି ଖୁସି ଖବର। ଯଦି ଆପଣବି ଫ୍ରି ରେସନ ଆଣୁଥାନ୍ତି ତେବେ କେନ୍ଦ୍ର ସରକାର ଆପଣଙ୍କ ଲାଗି ଖାସ ଯୋଜନା ପ୍ରସ୍ତୁତ କରୁଛନ୍ତି। ସରକାର ଗରିବଙ୍କୁ ମାଗଣାରେ ରେସନ ଯୋଗାଇ ଦେବାକୁ ଦେଶରେ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୩୦ ସେପ୍ଟେମ୍ବରରୁ ଆଗକୁ ବଢାଇବା ଲାଗି ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ। ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେୟ ଏହି ସୂଚନା ଦେଇଛନ୍ତି।

ତେବେ ଏ ବାବଦେ ନିଷ୍ପତ୍ତି କେବେ ସୁଦ୍ଧା ହେବ ସେ ନେଇ ପାଣ୍ଡେୟ କୌଣସି ସୂଚନା ଦେଇ ନାହାନ୍ତି।  ହେଲେ ଦେଶରେ ଏହି ଯୋଜନା ମାର୍ଚ୍ଚ ୨୦୨୦ରେ ଆରମ୍ଭ କରାଯାଇଥିଲା। ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୨୦୨୦ରୁ ଦେଶରେ ଫ୍ରି ରେସନର ପ୍ରଚଳନ ହୋଇଥିଲା। ଏହି ଯୋଜନାରେ ସାରା ଦେଶରେ ୮୦ କୋଟି ଲୋକଙ୍କୁ ମାଗଣାରେ ଫ୍ରି ରେସନ ଯୋଗାଇ ଦିଆଯାଇଥିଲା। ସରକାରଙ୍କ ପକ୍ଷରୁ ଲୋକଙ୍କୁ ପ୍ରତି ମାସରେ ମୁଣ୍ଡ ପିଛା ୫ କେଜି ଖାଦ୍ୟ ଶଶ୍ୟ ଯୋଗାଇ ଦିଆଯାଉଛି।

Leave A Reply

Your email address will not be published.