ଆଜିଠୁ ବଢ଼ିପାରେ ପାରଦ ସ୍ତର
ଭୁବନେଶ୍ବର: ଅତ୍ୟଧିକ ଥଣ୍ଡାରୁ ତ୍ରାହି ପାଉନାହାନ୍ତି ରାଜ୍ୟବାସୀ। ଲଗାତାର ଏକ ମାସ ଧରି ଥଣ୍ଡାରୁ ଆଶ୍ବସ୍ତି ପାଇନଥିବା ଲୋକେ ଗତକାଲି ରାତିରେ ବି ଅତ୍ୟଧିକ ଥଣ୍ଡା ଯୋଗୁଁ ଅସ୍ତବ୍ୟସ୍ତ ହୋଇଥିଲେ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରିଠାରେ ୪.୩ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୬ ଡିଗ୍ରି ରହିଥିଲା।
ସେହିଭଳି ଝାରସୁଗୁଡ଼ାରେ ୬.୨ ଡିଗ୍ରି, ଦାରିଙ୍ଗବାଡ଼ି ଓ ସେମିଳିଗୁଡ଼ାରେ ୭ ଡିଗ୍ରି, କୋରାପୁଟରେ ୭.୧ ଡିଗ୍ରି, କିରେଇରେ ୮.୨ ଡିଗ୍ରି, ରାଉରକେଲାରେ ୮.୫ ଡିଗ୍ରି, ସୁନ୍ଦରଗଡ଼ ଓ ନବରଙ୍ଗପୁରରେ ୮.୮ ଡିଗ୍ରି, ଚିପିଲିମାରେ ୯.୮ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଯାଇଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରର ରାତି ପାରଦ ୧୪ ଡିଗ୍ରି ରହିଥିବା ବେଳେ କଟକର ରହିଥିଲା ୧୧.୪ ଡିଗ୍ରି।
ରାଜ୍ୟରେ ଏବେ ବିଳମ୍ବିତ ପୂର୍ବାହ୍ଣ ପର୍ଯ୍ୟନ୍ତ କୁହୁଡ଼ି ଆସ୍ତରଣ ରହୁଛି। ଗତକାଲି ରାତି ଓ ଆଜି ସକାଳେ ନୟାଗଡ଼ରେ ଅତି ଘନକୁହୁଡ଼ି ଦେଖାଯାଇଥିବା ବେଳେ ଏଠାରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ବି କମ୍ ରହିଥିଲା।