thelifelinemedia
Latest Odisha News, Breaking News Today

ଶେଷ ପର୍ଯ୍ୟାୟରେ ଋଷ ୟୁକ୍ରେନ ଯୁଦ୍ଧ ବନ୍ଦ ଆଲୋଚନା: ଟ୍ରମ୍ପ-ଜେଲେନସ୍କିଙ୍କ ମଧ୍ୟରେ ବୈଠକରୁ ବାହାରିଲା ଯୁଦ୍ଧ ବନ୍ଦ ହେବାର ବାଟ

ଜେଲେନସ୍କି କହିଛନ୍ତି ଶାନ୍ତି ପାଇଁ ୨୦ଟି ମୁଖ୍ୟ ପଏଣ୍ଟ ବାହାରିଛି।ଶାନ୍ତି ଆଲୋଚନା ପରେ ଜେଲେନସ୍କି କହିଛନ୍ତି ୨୦ଟି ମୁଖ୍ୟ ପଏଣ୍ଟ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି

ବ୍ୟୁରୋ:ଟ୍ରମ୍ପ-ଜେଲେନସ୍କିଙ୍କ ମଧ୍ୟରେ ବୈଠକରୁ ବାହାରିଲା ଯୁଦ୍ଧ ବନ୍ଦ ହେବାର ସମାଧାନ।ଯଦିଓ ଯୁଦ୍ଧ ବନ୍ଦ ନେଇ କୌଣସି ଡେଡ୍‌ଲାଇନ ସ୍ଥିର ହୋଇନି। କିନ୍ତୁ ଏହି ବୈଠକ ଯୁଦ୍ଧ ବନ୍ଦ ହେବା ନେଇ ନୂଆ ବାଟ ଦେଖାଇଛି। କିନ୍ତୁ ଏବେ ବି କିଛି ଜଟିଳ ସମସ୍ୟା ରହିଛି। ।ଜମି ଓ ସୀମାବିବାଦ ବଡ଼ ସମସ୍ୟା ସାଜିଛି ବୋଲି ପ୍ରେସମିଟ୍‌ରେ ଜଣାଇଲେ ଟ୍ରମ୍ପ- ଜେଲେନସ୍କି।

ଜେଲେନସ୍କି କହିଛନ୍ତି ଶାନ୍ତି ପାଇଁ ୨୦ଟି ମୁଖ୍ୟ ପଏଣ୍ଟ ବାହାରିଛି।ଶାନ୍ତି ଆଲୋଚନା ପରେ ଜେଲେନସ୍କି କହିଛନ୍ତି ୨୦ଟି ମୁଖ୍ୟ ପଏଣ୍ଟ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ୨୦ଟି ମଧ୍ୟରୁ ୯୦% ଉପରେ ଦୁଇ ଦେଶର ସହମତି ରହିଛି। ସବୁଠୁ ବଡ କଥା, ସ୍ଥାୟୀ ଶାନ୍ତି ପାଇଁ ସୁରକ୍ଷା ଗ୍ୟାରେଣ୍ଟି ଗୁରୁତ୍ବପୂର୍ଣ୍ଣ ବୋଲି ଉଭୟ ଦେଶ କହିଛନ୍ତି। ଋଷ ୟୁକ୍ରେନ ଯୁଦ୍ଧକୁ 4 ବର୍ଷ ପୁରିଥିବା ବେଳେ ଯୁଦ୍ଧ ବନ୍ଦ ନେଇ ଏବେ ଆଶା ଉଜ୍ଜ୍ୱଳ ହୋଇଛି। ତୃତୀୟ ପକ୍ଷ ଭାବେ ଟ୍ରମ୍ପ ହସ୍ତକ୍ଷେପ କରି ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

Leave A Reply

Your email address will not be published.