thelifelinemedia
Latest Odisha News, Breaking News Today

ଜୟ ନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା

ଭୁବନେଶ୍ଵର: ବଦଳିଲେ ଓଡିଶା ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା। ଏବେ ବିଧାନସଭାରେ ଆହୁରି ଶାଣିତ ହେବ ବିରୋଧୀ ଦଳର ସ୍ଵର।ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ହେଲେ ବିରୋଧୀ ଦଳର ନେତା।

ଏନେଇ ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହାର ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସହ ପ୍ରଭାରୀ ।  ଜୟ ନାରାୟଣ ପ୍ରଦୀପ୍ତ ନାଏକଙ୍କ ସ୍ଥାନ ନେଇଛନ୍ତି। ପ୍ରଦୀପ୍ତ ନାଏକ ଦୀର୍ଘ ଦିନ ହେବ ଅସୁସ୍ଥ ଥାଇ ଚିକିତ୍ସାଧୀନ ଅଛନ୍ତି।

ବିରୋଧୀ ଦଳ ନେତା ଘୋଷଣା ପରେ ଜୟ ନାରାୟଣ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଦଳ ମୋ ଉପରେ ଭରସା ରଖି ଯେଉଁ ଗୁରୁଦାୟିତ୍ଵ ଦେଇଛି ତାକୁ ତୁଲାଇବାକୁ ଚେଷ୍ଟା କରିବି। ଗୃହରେ ଗଠନମୂଳକ ବିରୋଧୀ ଦଳ ଭାବେ କାମ କରିବୁ। ମୋହନ ମାଝୀ ପବ୍ଲିକ ଆକାଉଣ୍ଟସ କମିଟି କଥା ବୁଝିବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.