thelifelinemedia
Latest Odisha News, Breaking News Today

ମୋକିମଙ୍କ ଚିଠି ପ୍ରସଙ୍ଗ: ଓଡ଼ିଶାରେ ବିବାଦ, ଦିଲ୍ଲୀରେ ହେବ ସମାଧାନ 

ଓଡ଼ିଶା କଂଗ୍ରେସରେ ବିବାଦ ନେଇ ଦିଲ୍ଲୀ ନେତାଙ୍କ ସହ ଆଲୋଚନା ହେବ। କେନ୍ଦ୍ରୀୟ ନେତା ହସ୍ତକ୍ଷେପ କରିବେ, ଓଡ଼ିଶାରେ କଂଗ୍ରେସ ପାଇଁ ସୁଯୋଗ ଅଛି

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଚିଠି ପ୍ରସଙ୍ଗରେ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମା। କହିଲେ ମୋକିମଙ୍କ ଚିଠି ପ୍ରସଙ୍ଗରେ ଦିଲ୍ଲୀରେ ହେବ ଆଲୋଚନା। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା କଂଗ୍ରେସରେ ବିବାଦ ନେଇ ଦିଲ୍ଲୀ ନେତାଙ୍କ ସହ ଆଲୋଚନା ହେବ। କେନ୍ଦ୍ରୀୟ ନେତା ହସ୍ତକ୍ଷେପ କରିବେ, ଓଡ଼ିଶାରେ କଂଗ୍ରେସ ପାଇଁ ସୁଯୋଗ ଅଛି । ବିବାଦର ସମାଧାନ ହୋଇ କିଭଳି ସଂଗଠିତ ହୋଇ କାମ କରାଯିବ ଆଲୋଚନା ହେବ ବୋଲି ବିଧାୟକ ଦଳ ନେତା କହିଛନ୍ତି।

ନିକଟରେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ। ପିସିସି ସଭାପତି ଭକ୍ତ ଦାସଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକରଜୁନ ଖଡଗେ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ। ମୋକିମଙ୍କ ଚିଠି ପରେ କଂଗ୍ରେସରେ କନ୍ଦଳ ଉପୁଜିଛି। ରାଜ୍ୟ କଂଗ୍ରେସରେ କିଛି ଠିକ୍ ନାହିଁ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.