ନାବାଳକକୁ ହତ୍ୟା ମାମଲାରେ ପଡ଼ୋଶୀ ମହିଳା ଗିରଫ:ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ହତ୍ୟା କରିଥିବା ଅଭିଯୋଗ
ସାମନ୍ତରାପୁର ଗାଁରେ ପଡ଼ୋଶୀ ମହିଳାକୁ ଗିରଫ କଲା କବିସୂର୍ଯ୍ୟନଗର ପୋଲିସ। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ହତ୍ୟା କରିଥିବା ଅଭିଯୋଗ
ପୋଲସରା: ଗଞ୍ଜାମ ପୋଲସରାରେ ନାବାଳକ ମୃତଦେହ ଉଦ୍ଧାର ଘଟଣାରେ ମହିଳା ଗିରଫ ହୋଇଛନ୍ତି। ସାମନ୍ତରାପୁର ଗାଁରେ ପଡ଼ୋଶୀ ମହିଳାକୁ ଗିରଫ କଲା କବିସୂର୍ଯ୍ୟନଗର ପୋଲିସ। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ହତ୍ୟା କରିଥିବା ପୁରୁଷୋତ୍ତମପୁର SDPO ସୂଚନା ଦେଇଛନ୍ତି।
ବର୍ଷେ ତଳେ ମହିଳାଙ୍କ ୧୦ ବର୍ଷୀୟ ପୁଅର ରୋଗରେ ମୃତ୍ୟୁ ହୋଇଥିଲା। ପଡ଼ୋଶୀଙ୍କ ପାଇଁ ପୁଅର ମୃତ୍ୟୁ ହୋଇଥିବା ଗୁଣିଆ କହିଥିଲେ। ଅଜା ଘରକୁ ଆସିଥିବା ବାଳକକୁ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଥିଲା। ଏକୁଟିଆ ଥିବା ବେଳେ ନିଜ ଘରକୁ ଡାକି ତଣ୍ଟି ଚିପି ହତ୍ୟା କରିଥିଲା ମହିଳା। ୧୦ ତାରିଖରେ ହତ୍ୟା କରି ବାଡ଼ି ପଛପଟେ ଫିଙ୍ଗି ଦେଇଥିଲା। ଘଟଣାର ଖୋଳତାଡ କରି ଏବେ ପୋଲିସ ଆକ୍ସନ ନେଇଛି।