thelifelinemedia
Latest Odisha News, Breaking News Today

ଆଉ ନାହାନ୍ତି ବରିଷ୍ଠ କଂଗ୍ରେସ ନେତା:୯୧ ବର୍ଷ ବୟସରେ ପୂର୍ବତନ ବାଚସ୍ପତି ଶିବରାଜ ପାଟିଲଙ୍କର ଦେହାନ୍ତ

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ସେ ଗୃହମନ୍ତ୍ରୀ ଥିଲେ। ମୁମ୍ବାଇ ଆକ୍ରମଣ ପରେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭାର ପୂର୍ବତନ ବାଚସ୍ପତି ଶିବରାଜ ପାଟିଲଙ୍କର ଦେହାନ୍ତ ହୋଇଛି। ବାୟସାଧିକ କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମହାରାଷ୍ଟ୍ରର ଲାତୁର ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ସେ ଘରେ ଚିକିତ୍ସାଧୀନ ଥିଲେ।

ଶିବରାଜ ପାଟିଲଙ୍କ ରାଜନୀତିକ ଇତିହାସ ବେଶ ଲମ୍ଭା। ପୂର୍ବରୁ ଲୋକସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ଏକାଧିକ ବାର କେନ୍ଦ୍ର ମନ୍ତ୍ରୀ ପଦରେ ରହିଥିଲେ। ବିଭିନ୍ନ ପଦ ପଦବୀରେ ରହି ଜନସେବାରେ ନିଜକୁ ନିୟୋଜିତ କରିଥିଲେ। ରାଜନୀତି ସହିତ ସାମାଜିକ କାର୍ଯକ୍ରମରେ ନିଜକୁ ସାମିଲ କରିଥିଲେ। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ସେ ଗୃହମନ୍ତ୍ରୀ ଥିଲେ। ମୁମ୍ବାଇ ଆକ୍ରମଣ ପରେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ତାଙ୍କ ଦେହାନ୍ତରେ ଜାତୀୟ ରାଜନୀତିରେ ଶୂନ୍ୟସ୍ଥାନ ପୂରଣ ହୋଇଛି।

Leave A Reply

Your email address will not be published.