ଇଣ୍ଟରନେଟ୍ରେ ତାଇୱାନ ଭୂମିକମ୍ପର ଭିଡିଓ ଭାଇରାଲ , ଭୂଷୁଡିଛି ଘର, ଓଲଟିଛି ଟ୍ରେନ

ତାଇପେଇ ସିଟି ୧୮।୯: ଦକ୍ଷିଣ-ପୂର୍ବ ତାଇୱାନରେ ରବିବାର ତୀବ୍ର କମ୍ପନ ଅନୁଭୂତ ହୋଇଛି। କେହି ଏହି ଭୂମିକମ୍ପର ତୀବ୍ରତା ୬.୮ ବୋଲି କହୁଥିବା ବେଳେ ଆମେରିକୀୟ ଜିଓଲଜିକାଲ ସର୍ଭେ କମ୍ପନର ତୀବ୍ରତା ୭.୨ ଓ କମ୍ପନର ଉତ୍ପତି ସ୍ଥଳ ଭୂ-ପୃଷ୍ଠରୁ ୧୦ କିଲୋମିଟର ତଳେ ଥିଲା ବୋଲି କହିଛି। ଫଳରେ ତାଇୱାନର ଭୀଷଣ କ୍ଷୟକ୍ଷତି ହୋଇଛି। କେଉଁଠି ଘର ଭୂଷୁଡି ପଡିଥିବା ବେଳେ କେଉଁଠି ପୋଲ ଭାଙ୍ଗି ଯାଇଛି। ରେଳ ଲାଇନ ଉପରେ ଟ୍ରେନ ଓଲଟି ପଡିଥିବାର ଦେଖା ଯାଇଛି।