thelifelinemedia
Latest Odisha News, Breaking News Today

ଗମ୍ଭୀରଙ୍କ ବଡ ଦାବି- ଅଷ୍ଟ୍ରେଲିଆକୁ ନହରାଇ ବିଶ୍ଵ କପ୍ ଜିତି ପାରିବ ନାହିଁ ଭାରତ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଗୌତମ ଗମ୍ଭୀର ନିଜର ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ମଙ୍ଗଳବାରଠୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଗୌତମ ଗମ୍ଭୀର ବଡ ଦାବି କରିଛନ୍ତି। ଗମ୍ଭୀର କହିଛନ୍ତି, ଯଦି ଭାରତ ଅଷ୍ଟ୍ରେଲିଆକୁ ହରାଇବାରେ ସଫଳ ନହୁଏ ତେବେ ଦଳ ଟି-୨୦ ବିଶ୍ଵ କପ୍ ଜିତି ପାରିବ ନାହିଁ।

ଦୁଇ ଦଳ ସେପ୍ଟେମ୍ବର ୨୦ରୁ ଆରମ୍ଭ ହେଉଥିବା ତିନି ମ୍ୟାଚ୍‌ର ଟି-୨୦ ସିରିଜ୍‌ରେ ପରସ୍ପରର ମୁକାବିଲା ପାଇଁ ପ୍ରସ୍ତୁତ। ଏହା ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍‌ର ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିବ।

ଭାରତର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଗୌତମ ଗମ୍ଭୀରଙ୍କ ମତରେ ଟି-୨୦ ବିଶ୍ଵ କପ୍  ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ବେଶ ଗୁରୁତ୍ଵପୂର୍ଣ୍ଣ ରହିବ। କାରଣ ଯଦି ଭାରତ ଆରୋନ ଫିଞ୍ଚଙ୍କ ନେତୃତ୍ଵାଧୀନ ଅଷ୍ଟ୍ରେଲିଆକୁ ହରାଇନପାରେ ତେବେ ଦଳ ଟି-୨୦ ବିଶ୍ଵ କପ୍ ଜିତିବା ମୁସ୍କିଲ ହୋଇଯିବ। ସେ ୨୦୦୭ ଟି-୨୦ ବିଶ୍ଵ କପ୍ ଏବଂ ୨୦୧୧ ଦିନିକିଆ ବିଶ୍ଵ କପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଭାରତର ବିଜୟକୁ ମନେ ପକାଇଛନ୍ତି। ଏହି ଦୁଇ ମୁକାବିଲାରେ ଭାରତ ଅଷ୍ଟ୍ରେଲିଆକୁ ହରାଇଥିଲା।

Leave A Reply

Your email address will not be published.