thelifelinemedia
Latest Odisha News, Breaking News Today

ଶାଳ କାଠ ଚାଲାଣ ବେଳେ ଟାଟା ଏସି ଜବତ; ଦୁଇ ଅଭିଯୁକ୍ତ ଅଟକ

ବିନିକା ୧୮/୦୯: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନବିଭାଗ ଏକ କାଠ ବୋଝେଇ ଗାଡ଼ି ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିଛି। ଉଲୁଣ୍ଡାରୁ ମହାନଦୀ ପାର୍‌ ହୋଇ ଏକ ଟାଟା ଏସି ଦୃତ ଗତିରେ ଯାଉଥିଲା। ଏହି ସମୟରେ ବିନିକା ବନ ବିଭାଗ କର୍ମଚାରୀମାନେ ମହାନଦୀ ପୋଲ ପାଖରେ ପେଟ୍ରୋଲିଙ୍ଗ କରିବା ବେଳେ ଟାଟା ଏସିକୁ ଅଟକାଇଥିଲେ l

ଅଟକାଯାଇଥିବା ଗାଡ଼ିରୁ ଓଡି୧୭ଜି୭୭୭୨ ନମ୍ୱର ବିଶିଷ୍ଟ ଗାଡ଼ିରୁ ୨୩ଟି ସାଳକାଠ ଜବତ କରାଯାଇଛି। ଏହା ସହିତ ବନ କର୍ମଚାରୀମାନେ ୨  ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଜବତ କାଠର ଆନୁମାନିକ ମୂଲ୍ୟ ୬୫ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ପରିଚୟ ରାଜୀବ ମହାନନ୍ଦ ଓ ରାଜକୁମାର ବିଭାରl ଏହି ଦୁଇଜଣଙ୍କ ନାଁରେ ବନ ବିଭାଗ ମାମଲା ରୁଜୁ କରିଛି।

Leave A Reply

Your email address will not be published.