ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରି: ସରକାରୀ ହସ୍ପିଟାଲରେ ନର୍ମାଲ ଡେଲିଭରୀ
ସରକାରୀ ହସ୍ପିଟାଲରେ ସର୍ବାଧିକ ୨୩ ଲକ୍ଷ ୬୯ ହଜାରରୁ ଊର୍ଦ୍ଧ୍ଵ ପ୍ରସବ ହୋଇଛି
ଭୁବନେଶ୍ୱର:ନର୍ମାଲ ଡେଲିଭରୀ ପାଇଁ ବାଛନ୍ତୁ ସରକାରୀ ହସ୍ପିଟାଲ। ଏମିତି କିଛି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିଧାନସଭାରେ ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରି । ପୂର୍ବ 5 ବର୍ଷର ତଥ୍ଯ ଦେଇଛନ୍ତି ମନ୍ତ୍ରୀ। ୫ ବର୍ଷରେ ରାଜ୍ୟରେ ମୋଟ୍ ୩୦ ଲକ୍ଷ ୮ହଜାର ୩୮୩ ପ୍ରସବ ହୋଇଛି।
ସେହିପରି ସରକାରୀ ହସ୍ପିଟାଲରେ ସର୍ବାଧିକ ୨୩ ଲକ୍ଷ ୬୯ ହଜାରରୁ ଊର୍ଦ୍ଧ୍ଵ ପ୍ରସବ ହୋଇଛି। ସରକାରୀ ହସ୍ପିଟାଲରେ ୧୯ ଲକ୍ଷ ୫୯ ହଜାର ୯୧୮ ନର୍ମାଲ ଡେଲିଭରି ହୋଇଛି। ୪ ଲକ୍ଷ ୯ ହଜାର ୭୧୮ ସିଜେରିଆନ ଡେଲିଭରି ହୋଇଛି। ଘରୋଇ ହସ୍ପିଟାଲରେ ୧ ଲକ୍ଷ ୪୮ ହଜାର ୨୪୨ ନର୍ମାଲ ଡେଲିଭରି ହୋଇଥିବା ବେଳେ ୪ ଲକ୍ଷ ୯୦ ହଜାର ୫୦୫ ସିଜେରିଆନ ଡେଲିଭରି ହୋଇଛି। ବିଧାନସଭାରେ ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଲିଖିତ ଉତ୍ତର ରଖିଛନ୍ତି।