ବିମାନ ସଂଖ୍ୟା ୫ପ୍ରତିଶତ କମାଇବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ:ଦୈନିକ ଇଣ୍ଡିଗୋ ବିମାନ ଉଡ଼ାଣ ସଂଖ୍ୟା ୧୧୦ କମିବ
କାଲି ଅପରାହ୍ନ ୫ଟା ସୁଦ୍ଧା ସଂଶୋଧିତ ସିଡ୍ୟୁଲ୍ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି
ନୂଆଦିଲ୍ଲୀ: ଇଣ୍ଡିଗୋକୁ ଶୀତକାଳୀନ ବିମାନ ସଂଖ୍ୟା ୫% କମାଇବାକୁ DGCAର ନିର୍ଦ୍ଦେଶ ରହିଛି। ପରିଚାଳନା ଅକ୍ଷମତା ଯୋଗୁଁ ୨୦୨୫ ଶୀତ ସିଡ୍ୟୁଲ୍ କମାଇବାକୁ ନିର୍ଦ୍ଦେଶ। ଇଣ୍ଡିଗୋ ପୂର୍ବ ଶୀତ ସିଡ୍ୟୁଲ୍ ତୁଳନାରେ ଡିପାର୍ଚର୍ ୯%ରୁ ଅଧିକ ବଢ଼ାଇଥିଲା। କିନ୍ତୁ ଅନୁମୋଦିତ ସଂଖ୍ୟାରୁ ବହୁତ କମ୍ ବିମାନ ପରିଚାଳନା କରୁଥିଲା।ଇଣ୍ଡିଗୋ ଦୈନିକ ୨୨୦୦ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରେ। ନୂଆ ନିର୍ଦ୍ଦେଶ ଅନୁସାରେ ଦୈନିକ ଇଣ୍ଡିଗୋ ବିମାନ ଉଡ଼ାଣ ସଂଖ୍ୟା ୧୧୦ କମିବ।କାଲି ଅପରାହ୍ନ ୫ଟା ସୁଦ୍ଧା ସଂଶୋଧିତ ସିଡ୍ୟୁଲ୍ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।
ଦେଶର ବିଭିନ୍ନ ବିମାନବନ୍ଦରରେ ଘରୋଇ ବିମାନ ସେବା କମ୍ପାନି ଇଣ୍ଡିଗୋର ଶହ ଶହ ବିମାନ ବାତିଲ ହେବା ସହ ଫ୍ଲାଇଟଗୁଡ଼ିକ ଘଣ୍ଟା ଘଣ୍ଟା ବିଳମ୍ବ ହେଉଛି । ଗତ କିଛି ଦିନ ହେଲା ହଜାର ହଜାର ସଂଖ୍ୟାରେ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ସୃଷ୍ଟି ହୋଇଛି ଅସମ୍ଭାଳ ସ୍ଥିତି । ଦେଶ ସାରା ବିମାନ ବନ୍ଦରରେ ଯାତ୍ରୀ ନାହିଁ ନଥିବା ହୀନସ୍ତା ହେଉଛନ୍ତି।