thelifelinemedia
Latest Odisha News, Breaking News Today

ସୋସିଆଲ ମିଡିଆରେ ଟ୍ରେଣ୍ଡ:ହାପି ବର୍ଥ ଡେ ଧରମ ଜୀ..ପତ୍ନୀ ହେମାମାଳିନୀଙ୍କ ଭାବବିହ୍ବଳ ପୋଷ୍ଟ

ତୁମେ ମୋର ପ୍ରିୟ ହୃଦୟ। ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି ତୁମେ ମୋତେ ହୃଦୟକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଛ

ନୂଆଦିଲ୍ଲୀ: ବଲିଉଡର ଦିବଂଗତ ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ 90ତମ ଜନ୍ମ ଦିନରେ ହିମ୍ୟାନଙ୍କୁ ଝୁରି ହେଉଛନ୍ତି ଫ୍ୟାନସ। ୯୦ବର୍ଷରେ ପାଦ ଦେବା ପୂର୍ବରୁ ୮୯ବର୍ଷ ବୟସରେ ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଥିଲା।ନଭେମ୍ବର ୨୪ ତାରିଖରେ ଦେହାନ୍ତ ହୋଇଥିଲା ସୁପର ଷ୍ଟାର ଧର୍ମେନ୍ଦ୍ରଙ୍କର। ହେଲେ 90ତମ ଜନ୍ମ ଦିନରେ ସମସ୍ତେ ଧର୍ମେନ୍ଦ୍ରଙ୍କୁ ମନେ ପକାଇଛନ୍ତି। ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କ ପୁରୁଣା ଫୋଟୋ ପୋଷ୍ଟ୍ କରି ହାପୀ ବର୍ଥ ଡେ ଧରମ ଜୀ ଲେଖି ହି଼ ମ୍ୟାନଙ୍କୁ ମନେ ପକାଇଛନ୍ତି ଫ୍ୟାନସ୍।

ସେହିପରି ପତ୍ନୀ ହେମାମାଳିନୀଙ୍କ ଭାବବିହ୍ବଳ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, “ଧରମ ଜୀ। ଜନ୍ମଦିନର ଢେରସାରା ଶୁଭେଚ୍ଛା। ତୁମେ ମୋର ପ୍ରିୟ ହୃଦୟ। ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି ତୁମେ ମୋତେ ହୃଦୟକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଛ। ଧୀରେ ଧୀରେ ସେହି ଖଣ୍ଡଗୁଡ଼ିକୁ ଏକାଠି କରି ମୋ ଜୀବନକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଛି, ଜାଣିଛି ଯେ, ତୁମେ ସବୁବେଳେ ମୋ ଆତ୍ମାରେ ରହିବ।”

Leave A Reply

Your email address will not be published.