କଟକରେ ଦମ ଦେଖାଇବ ଭାରତ:ସୂର୍ଯ୍ୟ ସେନାର କମାଲ ଦେଖିବା ବାରବାଟୀ
ଆଗାମୀ ଟି ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ମାତ୍ର 10ଟି ମ୍ୟାଚ୍ ଖେଳିବା ଭାରତ। ଦକ୍ଷିଣ ଆଫ୍ରିକା ବିପକ୍ଷରେ 5ଟି ଓ ନ୍ୟୁଜିଲାଣ୍ଡ ବିପକ୍ଷରେ 5ଟି ମ୍ୟାଚ୍ ଖେଳିବ
କଟକ: ଜୋରଦାର ଲଢେ଼ଇ ଦେଖିବ ବାରବାଟୀ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍। ଉଭୟ ଦଳ ପାଇଁ ଏଇ ମ୍ୟାଚ୍ ଆଗାମୀ ଟି ଟ୍ୱେଣ୍ଟି ବିଶ୍ଵକପ ପୂର୍ବରୁ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି। ଉଭୟ ଦଳରେ ଯୁବ ଖେଳାଳୀ ଖୁନ୍ଦି ହୋଇ ରହିଛନ୍ତି। ଭାରତୀୟ ଦଳରେ ଅଭିଷେକ ଶର୍ମାଙ୍କ ଉପରେ ନଜର ରହିବ। ଷ୍ଟାର ଆଲରାଉଣ୍ଡର ହାର୍ଦ୍ଧିକ ଓ ଶିବମ ଦୁବେ ନିଜର ଜବରଦସ୍ତ ଖେଳ ଦେଖାଇବେ। ସଞ୍ଜୁ ସାମସନ ଯେ କୌଣଷି ସ୍ଥାନରେ ଖେଳିବାକୁ ପ୍ରସ୍ତୁତ। ଗିଲ ମଧ୍ଯ ଆହାତ ସମସ୍ୟାରୁ ଫେରି ଅଭ୍ୟାସ ସେଶନରେ ଭଲ ସଟ ଖେଳୁଥିଲେ। କେବଳ ଅଧିନାୟକ ସୁର୍ଯ୍ୟ କୁମାରଙ୍କ ଫର୍ମକୁ ନେଇ ଚିନ୍ତାରେ। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଆହତ ସମସ୍ୟା ଦେଇ ଗତି କରୁଛି। ଦଳ ଯୁବ ଖେଳାଳୀଙ୍କୁ ନେଇ ମଇଦାନକୁ ଓଲାହାଇବ।
ସେହିପରି ଆଗାମୀ ଟି ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ମାତ୍ର 10ଟି ମ୍ୟାଚ୍ ଖେଳିବା ଭାରତ। ଦକ୍ଷିଣ ଆଫ୍ରିକା ବିପକ୍ଷରେ 5ଟି ଓ ନ୍ୟୁଜିଲାଣ୍ଡ ବିପକ୍ଷରେ 5ଟି ମ୍ୟାଚ୍ ଖେଳିବ ଭାରତ। ତେଣୁ ପ୍ରତିଟି ମ୍ୟାଚ୍ ଭାରତ ପାଇଁ ଗୁରୁତ୍ୱପର୍ଣ୍ଣ। ଟି ଟ୍ୱେଣ୍ଟି ବିଶ୍ୱକପ ପାଇଁ ଦଳୀୟ ସମିକରଣ, ଚୂଡ଼ାନ୍ତ ଏକାଦଶ, ସଠିକ୍ ରଣନୀତିର ମୂଳଦୁଆ ସାଜିବ ବାରବାଟୀ ଷ୍ଟାଡିୟମ୍। ତେଣୁ ଆଜିର ହାଇ ଭୋଲଟେଜ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି।