ଫେବ୍ରୁଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା:ଆସିଲା ପରୀକ୍ଷା ସୂଚୀ
ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏଁ ଚାଲିବ ମାଟ୍ରିକ୍ ପରୀକ୍ଷା।
କଟକ: ଫେବ୍ରୁଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ଏ ନେଇ ବୋର୍ଡ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି।ସକାଳ ୯ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ ପରୀକ୍ଷା।ତେବେ ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍। ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏଁ ଚାଲିବ ମାଟ୍ରିକ୍ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା ହୋଇଛି।
ଫେବ୍ରୁଆରୀ ୧୯ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ ସେହିପରି ୨୧ରେ ଇଂରାଜୀ, ୨୩ରେ ସଂସ୍କୃତ/ ହିନ୍ଦୀ, ୨୫ରେ ବିଜ୍ଞାନ ପରୀକ୍ଷା ହେବେ। ୨୭ ତାରିଖରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ।